ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଅଞ୍ଚଳରେ ପ୍ରାୟତଃ ସବୁ ଦିନ ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବା ଵେଳେ ବିଶେଷ କରି ଗ୍ରୀଷ୍ମ ଋତୁ ଆରମ୍ଭ ରୁ ବିଦ୍ୟୁତ ବିଭାଗ ର ମନମାନୀ ଚାଲୁଥିବା ରୁ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଥିବା ର ଦେଖିବା କୁ ମିଳୁଛି I ବିଦ୍ୟୁତ ବିଭ୍ରାଟ ପାଇଁ ଅଫିସ କୁ ଯୋଗାଯୋଗ କଲେ ବିଭିନ୍ନ ଆଲ ଦେଖାଇ ଗ୍ରାହକ ଙ୍କ ଅଭିଯୋଗ କୁ ଅଣଦେଖା କରାଯାଉଛି I
ଏବେ କାଳ ବୈଶାଖୀ ଓ ପ୍ରାକ ମୌସୁମୀ ଯୋଗୁଁ ଅସରାଏ ବର୍ଷା ହେଲେ ବିଦ୍ୟୁତ ସେବା ଠପ ହୋଇ ପଡୁଛି ଯାହାଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ପଢା ପୁଢ଼ି ରେ ଅସୁବିଧା ହେଉଥିବା ଦେଖିବା କୁ ମିଳୁଛି I ରାତି ସାରା ବିଦ୍ୟୁତ ବ୍ୟାଘାତ ଯୋଗୁଁ ଗ୍ରାହକ ମାନେ ନାହିଁ ନଥିବା ର ଅସୁବିଧା ସମ୍ମୁଖୀନ ହେଉଛନ୍ତି I
ବିଦ୍ୟୁତ ବିଭ୍ରାଟ ରୀତିମତ ହୋଇଥିବା ଯୋଗୁଁ ଗ୍ରାହକ ମାନେ ଅସନ୍ତୁଷ୍ଟ ଥିବା ଓ ଆଗକୁ ଏପରି ବିଭ୍ରାଟ ଦେଖାଦେଲେ ଆନ୍ଦୋଳନା ତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ବିଦ୍ୟୁତ ଗ୍ରାହକ ମାନେ କହିଛନ୍ତି
ରାଜ୍ୟ
ଧଣ୍ଡାମୁଣ୍ଡା ଅଞ୍ଚଳ ରେ ଅସରାଏ ବର୍ଷା ହେଲେ ବିଦ୍ୟୁତ ସେବା ଠପ୍
- Hits: 9