ଏଏମ୍ / ଏନ୍ଏସ୍ ଇଣ୍ଡିଆ ପକ୍ଷରୁ "ବିକଶିତ ଭାରତ" କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଶ୍ୱସ୍ତରୀୟ, ପେଟେଣ୍ଟ ପ୍ରାପ୍ତ ରଙ୍ଗ-ଆବୃତ ଉତ୍ପାଦ ଅପ୍ଟିଗାଲ® ପ୍ରାଇମ୍ ଏବଂ ଅପ୍ଟିଗାଲ® ପିନାକଲର ବଜାର ପ୍ରବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଅପ୍ଟିଗାଲ® ପ୍ରାଇମ୍ ଏବଂ ଅପ୍ଟିଗାଲ® ପିନାକଲ୍ ଉପରେ ଯଥାକ୍ରମେ ୧୫ ବର୍ଷ ଏବଂ ୨୫ ବର୍ଷର ୱାରେଣ୍ଟି

  • • ଏହି “ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦଗୁଡ଼ିକ ଆର୍ସଲରମିତ୍ତଲର ପେଟେଣ୍ଟ ପ୍ରାପ୍ତ ଅପ୍ଟିଗାଲ® ଶ୍ରେଣୀର ଅନ୍ତର୍ଭୁକ୍ତ

  • • ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ଦୁଇଟି ପ୍ରକାର ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦର ଆବଶ୍ୟକତା ପୂରଣ କରିବ


ନୂଆଦିଲ୍ଲୀ, ୩୦ ମଇ, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ ) ଆଜି ଏହାର ପ୍ରିମିୟମ୍ ରଙ୍ଗ-ଆବୃତ ଷ୍ଟିଲ୍ ପୋର୍ଟଫୋଲିଓ ଅପ୍ଟିଗାଲ® ର ଦୁଇଟି ବିଶ୍ୱସ୍ତରୀୟ, ଉଚ୍ଚ-କ୍ଷମତା ସମ୍ପନ୍ନ ଉତ୍ପାଦ, ଅପ୍ଟିଗାଲ® ପ୍ରାଇମ୍ ଏବଂ ଅପ୍ଟିଗାଲ® ପିନାକଲର ଶୁଭାରମ୍ଭ କରିଛି।

ଏହି ଶୁଭାରମ୍ଭ ସହିତ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଭାରତର ରଙ୍ଗ- ଆବୃତ ଇସ୍ପାତ ବଜାରରେ ଏହାର ସ୍ଥିତିକୁ ସୁଦୃଢ କରିଛି । ପ୍ରଥମ ଥର ପାଇଁ ବୃହତ ଓ ମହତ୍ତ୍ଵପୂର୍ଣ୍ଣ ଭିତ୍ତିଭୂମି ଏବଂ ନିର୍ମାଣ ପ୍ରକଳ୍ପ ଯଥା ଅତ୍ୟାଧୁନିକ ବିମାନବନ୍ଦର, ରେଳ ଷ୍ଟେସନ, ରାଜପଥ, ବିରାଟ ଭବନ ଇତ୍ୟାଦିରେ ବ୍ୟବହାର ପାଇଁ ଏହି ୟୁରୋପୀୟ ମାନର ଉଚ୍ଚ କ୍ଷୟ-ପ୍ରତିରୋଧୀ ଇସ୍ପାତ ଉପଲବ୍ଧ ହେବ। ଏଏମ୍/ଏନ୍ଏସ୍ ଇଣ୍ଡିଆ ଭାରତରେ ପୂର୍ବରୁ ଉପଲବ୍ଧ ନ ଥିବା ଉଚ୍ଚ-ଗୁଣବତ୍ତା ସି୪ ସ୍ପେଶାଲିଟି ଇସ୍ପାତରେ ଏକ ନୂତନ ବଜାର ସେଗମେଣ୍ଟ ସ୍ଥାପନରେ ଅଗ୍ରଣୀ ଭୂମିକା ନେଉଛି, ଯେଉଁଥିରେ କମ୍ପାନୀ ଗର୍ବର ସହିତ ଏକମାତ୍ର ଘରୋଇ ଉତ୍ପାଦକ ଅଟେ।

ଏହି ଉତ୍ପାଦ ପ୍ରଧାନମନ୍ତ୍ରୀଙ୍କ ତ୍ୱରିତ ବିକାଶ ଆହ୍ୱାନକୁ ଆଗେଇ ନେବା ସହିତ "ବିକଶିତ ଭାରତ" ର ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏଏମ୍/ଏନ୍ଏସ୍ ଏହି କ୍ଷେତ୍ରରେ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ସାମଗ୍ରିକ ରଙ୍ଗ- ଆବୃତ ଇସ୍ପାତ କ୍ଷେତ୍ରର ୨୫% ବଜାର ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଭାରତରେ ରଙ୍ଗ-ଆବୃତ ଇସ୍ପାତ, ଯାହାର ବର୍ତ୍ତମାନ ୩.୪ ନିୟୁତ ଟନ୍ର ବଜାର ରହିଛି ବୋଲି ଆକଳନ କରାଯାଇଛି, ବର୍ଷକୁ ପ୍ରାୟ ୧୦ ପ୍ରତିଶତର ନିରନ୍ତର ଗତିରେ ବୃଦ୍ଧି ପାଉଛି। ଦୁଇଟି ନୂତନ ସ୍ୱତନ୍ତ୍ର ଅପ୍ଟିଗାଲ® ଉତ୍ପାଦ ଯୋଡ଼ି ହେବା ଦ୍ୱାରା ଏଏମ୍/ଏନ୍ଏସ୍ ଇଣ୍ଡିଆ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଏହି ବଜାରରେ ୨୫% ଅଂଶ ସୁରକ୍ଷିତ କରିବାର ଲକ୍ଷ୍ୟର ନିକଟତର ହୋଇପାରିବ।

ଅପ୍ଟିଗାଲ® ପ୍ରାଇମ୍ ସହରାଞ୍ଚଳ ଏବଂ ମଧ୍ୟମ କ୍ଷୟକାରୀ ପରିବେଶ ପାଇଁ ଉପଯୁକ୍ତ, ଯାହାର ୧୫ ବର୍ଷ ୱାରେଣ୍ଟି ରହିଛି । ସିଲିକନ୍ ମଡିଫାଏଡ୍ ପଲିଷ୍ଟର(ଏସ୍ଏମପି), ସୁପର ଡୁରେବୁଲ୍ ପଲିଷ୍ଟର (ଏସଡିପି ), ଏବଂ ପିଭିଡିଏଫ ଭଳି ଉନ୍ନତ ଫିନିଶ୍ ରେ ଉପଲବ୍ଧ, ଏହା ଛାତ, କ୍ଲାଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଆବଶ୍ୟକତା ପାଇଁ ଏକ ଆଦର୍ଶ ବିକଳ୍ପ।

ଅପ୍ଟିଗାଲ® ପିନାକଲ୍ ହେଉଛି ଉଚ୍ଚ-ସ୍ତରୀୟ ପ୍ରକାର, ଯାହା ରୁକ୍ଷ ଶିଳ୍ପ ପରିବେଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଡିଜାଇନ୍ କରାଯାଇଛି। ୨୫ ବର୍ଷର ୱାରେଣ୍ଟି ସହିତ ଏଥିରେ ଉଚ୍ଚ-କ୍ଷମତା ସମ୍ପନ୍ନ ପିୟୁ / ପିଏ ଆବରଣ ରହିଛି ଯାହା ଆର୍ଦ୍ରତା, ଅଲଟ୍ରା ଭାଓଲେଟ୍ ରଶ୍ମି ଏବଂ ଅତ୍ୟଧିକ ତାପମାତ୍ରା କ୍ଷେତ୍ରରେ ମଧ୍ୟ ଉନ୍ନତମାନର ପ୍ରତିରୋଧ କ୍ଷମତା ପ୍ରଦର୍ଶିତ କରିଥାଏ – ଯାହା ଏହାକୁ ବିମାନବନ୍ଦର, ଗୋଦାମ ଏବଂ ସମୁଦ୍ର ନିକଟବର୍ତ୍ତୀ ଭବନ ନିର୍ମାଣରେ ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ।

ଆର୍ସଲରମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ବିକ୍ରୟ ଏବଂ ବିପଣନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ ପ୍ରେସିଡେଣ୍ଟ ଶ୍ରୀ ରଞ୍ଜନ ଧର କହିଛନ୍ତି: "ଅପ୍ଟିଗାଲ® ପ୍ରାଇମ୍ ଏବଂ ଅପ୍ଟିଗାଲ® ପିନାକଲ୍ ର ଶୁଭାରମ୍ଭ ଗୁଣବତ୍ତା, ଦୀର୍ଘସ୍ଥାୟୀତ୍ୱ ଏବଂ ଦୀର୍ଘସ୍ଥାୟୀ ନବସୃଜନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଭାରତର ଭିତ୍ତିଭୂମି ଏବଂ ନିର୍ମାଣ ଆବଶ୍ୟକତା ' ବିକଶିତ ଭାରତ' ପଥରେ ଅଗ୍ରସର ହେଉଥିବାରୁ, ଆମେ ବିବିଧ ଜଳବାୟୁ ଏବଂ ଶିଳ୍ପ ଚାହିଦାକୁ ପୂରଣ କରୁଥିବା ବିଶ୍ୱସ୍ତରୀୟ, ଉଚ୍ଚ-କ୍ଷମତା ସମ୍ପନ୍ନ ଇସ୍ପାତ ସମାଧାନ ପ୍ରଦାନ କରି ଗର୍ବ ଅନୁଭବ କରୁଛୁ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଆମେ ଆମର ବ୍ରାଣ୍ଡ ପ୍ରତିଶ୍ରୁତି - ସ୍ମାର୍ଟ ଇସ୍ପାତ, ଉଜ୍ଜ୍ୱଳ ଭବିଷ୍ୟତ ସହିତ ଆମର ମୂଲ୍ୟବର୍ଦ୍ଧିତ ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଜାରି ରଖିଛୁ।"
ଅପ୍ଟିଗାଲ® ପ୍ରାଇମ୍ ଏବଂ ଅପ୍ଟିଗାଲ® ପିନାକଲ୍ ର ଛଅଟି ସ୍ୱତନ୍ତ୍ର ପ୍ରକାର ଉପଲବ୍ଧ ହେବ - ହାଇ ଗ୍ଲସ୍, ଆଣ୍ଟି-ଡଷ୍ଟ, ଆଣ୍ଟି-ଗ୍ରାଫିଟି, ଆଣ୍ଟି-ଷ୍ଟାଟିକ୍, ଆଣ୍ଟି-ମାଇକ୍ରୋବାଇଅଲ୍, ଏବଂ କୁଲ୍ ରୁଫ୍ - ଯାହା ଭାରତର ଦ୍ରୁତ ବିସ୍ତାରିତ ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଉଚ୍ଚ-କ୍ଷମତା ସମ୍ପନ୍ନ ଇସ୍ପାତ ସମାଧାନର ବିବିଧ ଆବଶ୍ୟକତା ପୂରଣ କରିବ। ଏହି ପ୍ରକାରଗୁଡ଼ିକୁ କ୍ଷୟ ଏବଂ ପାଣିପାଗ ପ୍ରଭାବରୁ ଉତ୍କୃଷ୍ଟ ସୁରକ୍ଷା ପ୍ରଦାନ କରିବା ପାଇଁ ଅତ୍ୟାଧୁନିକ ଜିଙ୍କ୍-ଆଲୁମିନିୟମ୍-ମାଗ୍ନେସିୟମ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ କରାଯାଇଛି । ପାରମ୍ପରିକ ଆବରଣ ତୁଳନାରେ ଏହାର ଗୁଣବତ୍ତା ତିନି ଗୁଣ ପର୍ଯ୍ୟନ୍ତ ଅଧିକ ରହିବ ।

'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପ ପ୍ରତି ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ଏହି ଇସ୍ପାତ ସମାଧାନଗୁଡ଼ିକୁ ଏକ ପରିବେଶ-ଉପଯୋଗୀ ପଦ୍ଧତି ସହିତ ଡିଜାଇନ୍ କରାଯାଇଛି - କମ ଭିଓସି ନିର୍ଗମନ, କୌଣସି ଭାରୀ ଧାତୁ କିମ୍ବା ହେକ୍ସାଭାଲେଣ୍ଟ କ୍ରୋମିୟମ୍ ରହିତ, ଏହା ୧୦୦% ପୁନଃଚକ୍ରଣ ହୋଇପାରିବ । ଏସବୁ ଏହି ଉତ୍ପାଦକୁ ଦୀର୍ଘସ୍ଥାୟୀ ଏବଂ ଭବିଷ୍ୟତ ଉପଯୋଗୀ ନିର୍ମାଣ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ରୂପେ ଉଭା କରିପାରିଛି ।

ମହାରାଷ୍ଟ୍ରର ପୁଣେରେ ଥିବା କମ୍ପାନୀର ଅତ୍ୟାଧୁନିକ ୟୁନିଟ୍ ରେ ଅପ୍ଟିଗାଲ® ଉତ୍ପାଦଗୁଡ଼ିକ ଉତ୍ପାଦନ କରାଯାଉଛି। କମ୍ପାନୀର ରଙ୍ଗ-ଆବୃତ ଇସ୍ପାତର ବାର୍ଷିକ କ୍ଷମତା ବର୍ତ୍ତମାନ ପ୍ରାୟ ୭ ଲକ୍ଷ ଟନ୍ ଅଛି ଓ ନିକଟ ଭବିଷ୍ୟତରେ ୧୦ ଲକ୍ଷ ଟନ୍ କୁ ବୃଦ୍ଧି କରିବାର ଯୋଜନା ରହିଛି, ଯାହା ଭାରତର ରଙ୍ଗ-ଆବୃତ ଇସ୍ପାତ କ୍ଷେତ୍ରରେ ଏହାର ସ୍ଥିତିକୁ ଅଧିକ ସୁଦୃଢ଼ କରିବ।

 

0
0
0
s2sdefault