ହେଡଲାଇନସ୍:

ବିଶ୍ୱ କଇଁଛ ଦିବସ :ବିଲୁପ୍ତ ପଥରେ ଥିବା ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧାମରା, ୨୨.୦୫.୨୦୨୫: ୨୦୦ ନିୟୁତ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି, ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରି ବିଲୁପ୍ତିର ସମ୍ମୁଖୀନ ହୋଇ ଆସୁଛନ୍ତି । ମନ୍ଥର-ଗତିରେ ଚଳପ୍ରଚଳ କରୁଥିବା ବିଶ୍ୱର ଏହି ବିଲୁପ୍ତ ପ୍ରାୟ ସରୀସୃପ ସୃଷ୍ଟିର ଅନାଦି କାଳରୁ ଜଳ ଓ ସ୍ଥଳରେ ପରିବେଶଗତ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଆସୁଛନ୍ତି । ପ୍ରକୃତରେ ସାମୁଦ୍ରିକ କଇଁଛମାନଙ୍କୁ ସୃଷ୍ଟିର ‘ମୂଳ ପ୍ରଜାତି’ ବୋଲି କୁହାଯାଏ ଅର୍ଥାତ ଏମାନେ ପରିବେଶର ଏକ ଅଭିନ୍ନ ଅଙ୍ଗ ଏବଂ ଏହି କଇଁଛମାନଙ୍କ ଚତୁଃପାଶ୍ୱର୍ରେ ଥିବା ଅନ୍ୟାନ୍ୟ ପ୍ରଜାତିକୁ ପ୍ରଭାବିତ କରିଥାନ୍ତି ।
କିନ୍ତୁ ପ୍ରଦୂଷଣ, ପ୍ରାକୃତିକ ବାସସ୍ଥାନର କ୍ଷତି, ଜଳବାୟୁ ପରିବର୍ତ୍ତନ, ଅବୈଧ ବାଣିଜ୍ୟ କାରବାର ଏବଂ ଶିକାର ଭଳି ବିପଦ ଅନେକ କଇଁଛ ପ୍ରଜାତିକୁ ବିଲୁପ୍ତ ହେବାକୁ ଦ୍ୱାରସ୍ଥ କରିଛି । ଏହି ସମସ୍ତ କାରକ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶ୍ୱବ୍ୟାପୀ, ବିଶେଷଜ୍ଞମାନଙ୍କ ଦୂରଦୃଷ୍ଟିସମ୍ପନ୍ନ ହସ୍ତକ୍ଷେପ, ସାମୁହିକ ସମ୍ପର୍କ ଏବଂ କର୍ତ୍ତୃପକ୍ଷଙ୍କ ସହାୟତା ମାଧ୍ୟମରେ ଏହି ବିରଳ ସାମୁଦ୍ରିକ କଇଁଛଙ୍କୁ ରକ୍ଷା କରିବାର ଉପାୟ ଖୋଜିବା ପାଇଁ କାମ ଜାରି ରଖିଛନ୍ତି ।
ଭାରତରେ ପଶ୍ଚିମଘାଟ ପର୍ବତମାଳାର କିଛି ଅଞ୍ଚଳ, ଉତ୍ତର-ପୂର୍ବ ଏବଂ ଗୁଜରାଟ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟରେ ଏହି ବିରଳ ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛ ଦେଖିବାକୁ ମିଳନ୍ତି । ଚଳିତ ବର୍ଷ ଓଡ଼ିଶାରେ, ବିଶେଷ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଋଷିକୂଲ୍ୟା ବେଳାଭୂମିରେ ଅଲିଭ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ରେକର୍ଡ ଭାଙ୍ଗିଛି । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍)ର ‘ରେଡ୍ ଡାଟା ବୁକ୍’ ରେ ଅଲିଭ୍ ରିଡ୍ଲେ କଇଁଛଙ୍କୁ ‘ବିଲୁପ୍ତ ପ୍ରାଣୀ’ ଭାବେ ତାଲିକାଭୁକ୍ତ କରାଯାଇଛି । ଗହୀରମଥା ସ୍ୱତନ୍ତ୍ର ଇକୋନୋମିନ ଜୋନ (ଏପିଏସ୍ଇଜେଡ୍) ଦ୍ୱାରା ପରିଚାଳିତ ଧାମରା ପୋର୍ଟର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି କଇଁଛମାନଙ୍କ ସଂରକ୍ଷଣ ପାଇଁ ପ୍ରୟାସ ଜାରି ରଖିଛି ।
ବର୍ଷ ବର୍ଷ ଧରି, ବନ୍ଦର ଅଞ୍ଚଳରେ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଅଛି । ସାଗରାଭିମୁଖୀ ଥିବା ଆଲୋକର ଉଜ୍ଜ୍ୱଳତାକୁ ହ୍ରାସ କରିବା ପାଇଁ ବନ୍ଦର ଏବଂ ଏହାର ଟାଉନସିପ୍ ଅଞ୍ଚଳରେ ସ୍ୱଳ୍ପ ଆଲୋକର ବ୍ୟବସ୍ଥା କରାଯାଇଛି । ଆଇୟୁସିଏନ୍ କଇଁଛ ସଂରକ୍ଷଣ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଆଲୋକର ବ୍ୟବସ୍ଥା କରାଯାଇଥିଲା । କଇଁଛମାନଙ୍କୁ ସେମାନଙ୍କ ସମାଗମ ଅଞ୍ଚଳରେ ସୁରକ୍ଷିତ ଭାବେ ଗମନାଗମନ କରିବାରେ ଏହି ଆଲୋକ ସହାୟତା କରିଥାଏ ।
ପ୍ରତିବର୍ଷ ନଭେମ୍ବର ରୁ ମେ’ ମାସ ମଧ୍ୟରେ ଅଲିଭ ରିଡ୍ଲେ କଇଁଛ ଗଣଅଣ୍ଡା ଦେବା ପାଇଁ ଓଡ଼ିଶା ଉପକୂଳ ଅଭିମୁଖେ ଆସିଥାନ୍ତି । କଇଁଛମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସମାଗମ ଓ ଅଣ୍ଡାଦାନ ଋତୁରେ ଧାମରା ପୋର୍ଟ ସରକାରଙ୍କ ସହ ମିଳିତ ପ୍ରୟାସ କରିଥାଏ ଏବଂ ଏମାନଙ୍କ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ବନବିଭାଗକୁ ପାଟ୍ରୋଲିଂ ପାଇଁ ସମୁଦ୍ର ଉପଯୋଗୀ ଟ୍ରଲର ଯୋଗାଇ ଦିଆଯାଏ । ବନ୍ଦର ଅଞ୍ଚଳ ଓ ନାଭିଗେସନ ଚ୍ୟାନେଲଗୁଡ଼ିକ କଇଁଛ ସମାଗମ ଅଞ୍ଚଳଠାରୁ ଦୂରରେ ଅଛି ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମାଛ ଧରିବା ଡଙ୍ଗାଗୁଡ଼ିକର ପ୍ରବେଶ ରୋକିବା ପାଇଁ ସେମାନଙ୍କୁ ସତର୍କ ସୂଚକ ଭାସମାନ ଦଣ୍ଡ ଲଗାଯାଇଥାଏ । କଇଁଛ ସଂରକ୍ଷଣ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ଅଭିଯାନ ଆରମ୍ଭ କରାଯାଏ । ଆଇୟୁସିଏନ୍ ସୁପାରିଶ୍ ପାଳନର ଏକ ଅଂଶ ଭାବରେ, ଏହି ଅଞ୍ଚଳରେ ଡ୍ରେଜିଂ ପ୍ରୋଟୋକଲ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ୨୦୨୪-୨୫ ବର୍ଷରେ, ଗହୀରମଥାରେ ପ୍ରାୟ ୬.୦୪ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି ।
ଅଲିଭ୍ ରିଡ୍ଲେ ସଂରକ୍ଷଣର ପ୍ରୟାସ ସ୍ୱରୂପ, ଧାମରା ପୋର୍ଟ ଓଡ଼ିଶା ସରକାରଙ୍କ ସହଭାଗିତାରେ ଧାମରାଠାରେ ‘ଅଲିଭ୍ ରିଡ୍ଲେ କଇଁଛ ଏବଂ ନଦୀକୂଳ କୁମ୍ଭୀର ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦାଖଲ କରିଛି । ଅଲିଭ ରିଡ୍ଲେ କଇଁଛ ଏକ ଉଭୟଚର ପ୍ରାଣୀ ହୋଇଥିବାରୁ ଏହା ଜୈବ ବିବିଧତାକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେମାନଙ୍କ ସଂରକ୍ଷଣ ଉପରେ ଧ୍ୟାନ ଦେଇ ପ୍ରଭାବଶାଳୀ ହସ୍ତକ୍ଷେପ ଯୋଜନା କରିବା ଏବଂ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ଏହି ପ୍ରଜାତି ପାଇଁ ବାସସ୍ଥାନ କ୍ଷତିର ପ୍ରଭାବକୁ ହ୍ରାସ କରିବା ପାଇଁ ବିଶ୍ୱସ୍ତରରେ ପଦକ୍ଷେପ ନିଆଯାଉଛି । ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ସଚେତନତା ପାଇଁ ପ୍ରତିବର୍ଷ ମେ ୨୩ ତାରିଖରେ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଇଥାଏ ।

 

0
0
0
s2sdefault