ବାମରା (ଲିପନ ନାଏକ )ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର(ଭିଏଏସ କଲୋନୀ)ନିବାସୀ ବିନୋଦ ସିଂ(୩୫ )ନିଜ ସ୍ତ୍ରୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା କାରଣରୁ ସେ ନିଜର ୩ ଶିଶୁ କନ୍ୟାକୁ ଛାଡ଼ି କୁଆଡେ ଚାଲି ଯାଇଥିଲେ । ଏହାପରେ ବିନୋଦ ସିଂ ଏକୁଟିଆ ୩ ଜଣ ଶିଶୁ କନ୍ୟା ଙ୍କ ଲାଳନ ପାଳନ କରି ଆସୁଥିଲେ । ଏଥିପାଇଁ ତାଙ୍କୁ ଦିନ ସାରା ଘରେ ହିଁ ରହିବାକୁ ପଡୁଥିଲା । କିଛି ଦିନ ଧରି ଏଭଳି କଲାପରେ ସେ କୌଣସି କାମଧନ୍ଦା କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ରହି ମଦ୍ୟପାନ କରିବା ଆରମ୍ଭ କରିଥିଲେ । କାଳକ୍ରମେ ସେ ଗତ କିଛି ମାସ ତଳେ ସେମାନଙ୍କ ମଧ୍ୟରୁ ସବୁଠୁ ବଡ଼ ୯ ବର୍ଷୀୟା ଶିଶୁ କନ୍ୟାକୁ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ କରଲା ଗ୍ରାମରେ ଜଣକ ଘରେ ଛାଡ଼ି ଦେଇ ତାଙ୍କ ଠାରୁ କିଛି ଅର୍ଥ ସଂଗ୍ରହ କରିଥିଲେ । ସେହିଭଳି ଗତ ମାର୍ଚ୍ଚ ମାସରେ ବିନୋଦ ସିଂ ନିକଟସ୍ଥ ମିଟୁପଡ଼ା ଗ୍ରାମର ଜଣକୁ ନିଜର ଦ୍ଵିତୀୟ ଶିଶୁ କନ୍ୟା(୪)କୁ ୨୫ ହଜାର ଟଙ୍କା ରେ କଥା ହୋଇ ତାଙ୍କ ଠାରୁ ୧୫ ହଜାର ଟଙ୍କା ଆଣିଥିଲେ । ଏହି ଘଟଣା ଜାଣିବା ପରେ ଅଲଗା ରହୁଥିବା ବିନୋଦ ସିଂ ଙ୍କ ମାଁ ଓ ବଡ଼ ଭାଇ ଦିନା ସିଂ ଦୁହେଁ ବିନୋଦକୁ ତାଗିଦ କରି ଆମକୁ ଛୁଆ ଦେଲେ ଆମେ ପାଳିବୁ ବୋଲି ଜିଦ ଧରୁଥିଲେ । ଏହାକୁ ନେଇ ବିନୋଦ ନିଜ ମାଁ ଓ ଭାଇ ସହ ଝଗଡ଼ା ଝାଟି ଓ ଗଣ୍ଡଗୋଳ କରି ଆସୁଥିଲେ । କଥା ଏତିକିରେ ସରି ନ ଥିଲା । ଗତ ୪ ଦିନ ତଳେ ବିନୋଦ ନିଜର ୭ ମାସର ସବା ସାନ ଶିଶୁ କନ୍ୟାକୁ ମଧ୍ୟ ପୋଷ୍ୟ ଭାବେ ରଖିବା ପାଇଁ ସ୍ଥାନୀୟ ଜଣେ ଦମ୍ପତ୍ତିଙ୍କ ଠାରୁ କିଛି ଟଙ୍କା ନେଇ ତାଙ୍କ ହାତକୁ ଟେକି ଦେଇଥିଲେ । ଏ ବିଷୟରେ ବିନୋଦର ପରିବାର ଲୋକେ ଜାଣି ସ୍ୱେଚ୍ଛାସେବୀ ବିନୟ ସିଂ ଵାଲୀଙ୍କ ସହଯୋଗ କ୍ରମେ ଗୋବିନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ଶିଶୁ ହେଲ୍ପ ଡେସ୍କରେ ଫୋନ କରି ଯୋଗାଯୋଗ କଲାପରେ ସମ୍ବଲପୁର ସ୍ଥିତ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ବାମରା ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲେ । ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କ ସହାୟତାରେ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶୁଭ୍ରା ଭୋଇ,କାଉନସିଲର ପୂର୍ଣ୍ଣଚନ୍ଦ୍ର ବେହେରା,ସୁପରଭାଇଜର ରଜତ ସାହୁ,କେଶ ୱାର୍କର ଜୟପ୍ରଦା ହୋତା ପ୍ରମୁଖ ବାପା ବିନୋଦ ସିଂ ଙ୍କ ନେଇ ସମସ୍ତ ୩ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା । ପରେ ନିୟମ ଅନୁସାରେ ଶିଶୁଙ୍କ ଶିଶୁ କଲ୍ୟାଣ ସମିତିର ଉପସ୍ଥାପନ କରାଯାଇଥିଲା । ବୁଧବାର ଦିନ ବାପା ବିନୋଦ ସିଂ ଙ୍କୁ ସମ୍ବଲପୁର ଡକାଯାଇ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ର ମାନଙ୍କରେ ଥଇଥାନ କରାଯାଇଥିବା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ ସୂଚନା ଦେଇଛନ୍ତି ।
ରାଜ୍ୟ
ବାମରା ଶିଶୁ ବିକ୍ରି ଘଟଣା--ଉଦ୍ଧାର ପରେ ଶିଶୁ ଯତ୍ନ କେନ୍ଦ୍ରରେ ଉପସ୍ଥାପନ
- Hits: 4