ହେଡଲାଇନସ୍:

କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା କାରଣ ରୁ ଗୋବିନ୍ଦପୁର ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ଠପ୍ , ମନରେଗା ରେ କାମ ପାଇବା ରୁ ଶ୍ରମିକ ବଞ୍ଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାମରା (ଲିପନ ନାଏକ ) ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରି ଥିବା ବେଳେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଲେ ଆଉଟ୍ ଦେବା ପାଇଁ ନ ଆସିବାରୁ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ ଠପ୍ ପଡ଼ିଛି। ଆଗକୁ ମାଡି ଆସୁଛି ବର୍ଷା, ବର୍ଷା ଆରମ୍ଭ ହେଲା ବନ୍ଧ ପୋଖରୀ ରୁ ମାଟି ଖୋଳା କାର୍ଯ୍ୟ ପାଇଁ ପୁଣି ଏକ ବର୍ଷ ଅପେକ୍ଷା କରିବା କୁ ପଡ଼ିବ। ହେଲେ ବାରମ୍ବାର ଗୋବିନ୍ଦପୁର ସରପଞ୍ଚ ଙ୍କ ଅନୁରୋଧ ସତ୍ତ୍ବେ କନିଷ୍ଠ ଯନ୍ତ୍ରୀ ଲେ ଆଉଟ୍ ଦେବା ପାଇଁ ନ ଆସିବା ଉନ୍ନୟନ କାର୍ଯ୍ୟ ପାଇଁ ଚିନ୍ତା ର ବିଷୟ ହୋଇଛି। ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ପଞ୍ଚାୟତ ଅଧିନ ରେ ବାମରା ଷ୍ଟେସନ ବସ୍ତି ବନ୍ଧ ମାଟି ଖୋଳା, ବଡ଼ ଡୁମେରମୁଣ୍ଡା ପୋଖରୀ ମାଟି ଖୋଳା, ମୁଣ୍ଡାଢ଼ିପା ପୋଖରୀ ଖୋଳା ଓ ଉନ୍ନୟନ କାର୍ଯ୍ୟ ସହ ୨୦୨୪-୨୦୨୫ ଆର୍ଥିକ ବର୍ଷ ଓ ୨୦୨୩-୨୪ ଆର୍ଥିକ ବର୍ଷ ର ମନରେଗା କାର୍ଯ୍ୟ, ସିଏଫସି, ଏସଏଫସି, ଓ ଜିପି ଫଣ୍ଡ ରେ ପ୍ରସ୍ତାବିତ ଥିବା ବିଭିନ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ପଡ଼ି ରହିଛି। ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପରବେଶ କୁମାର କୁ ସରପଞ୍ଚ ବିମଳ ଲାକ୍ରା ଅନେକ ଥର ଉନ୍ନୟନ କାର୍ଯ୍ୟ ଲେ ଆଉଟ୍ ଦେବା ପାଇଁ ଅନୁରୋଧ କରିବା ସତ୍ତ୍ୱେ ସେ ଆଜି କାଲି କହି ଖାଲି ଦିନ ଗଡ଼େଇ ଚାଲିଛନ୍ତି। କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା କାରଣ ରୁ ପଞ୍ଚାୟତ ରେ ମନରେଗା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ପଡ଼ି ରହି ଥିବା ବେଳେ ମନରେଗା ଶ୍ରମିକ କାମ ପାଇବା ରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା ବାମରା ବିଡ଼ିଓ ପୁଷ୍ପକ ପ୍ରଧାନ ଙ୍କୁ ସମସ୍ୟା ବିଷୟ ରେ ଜଣାଇବା ସହ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଙ୍କୁ ବଦଳି କରିବା ଓ ଶୀଘ୍ର ଉନ୍ନୟନ କାର୍ଯ୍ୟ ଆରମ୍ଭ କରିବା ଦିଗ ରେ ପଦକ୍ଷେପ ଗ୍ରହଣ କରିବା କୁ ଦାବି ଜଣାଇଛନ୍ତି। ଏନେଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପରବେଶ କୁମାର ଙ୍କୁ ପଚାରି ବୁଝିବା ରୁ ମୋ ପାଖରେ ସମୟ ଯଥେଷ୍ଟ ନା ଥିବା ରୁ ମୁ ଲେ ଆଉଟ୍ ଦେବା ପାଇଁ ଯାଇ ପାରୁ ନି ବୋଲି କହିଛନ୍ତି। ତାଙ୍କ ଏହି ଅବହେଳା କାରଣ ରୁ ଗୋବିନ୍ଦପୁର ପଞ୍ଚାୟତବାସୀ ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଶୀଘ୍ର ଉନ୍ନୟନ କାର୍ଯ୍ୟ ଆରମ୍ଭ ନା ହେଲେ ବାମରା ବ୍ଲକ ଘେରାଉ କରିବା କୁ ଚେତାବନୀ ଦିଆ ଯାଇଛି।

0
0
0
s2sdefault