ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗୋଡ଼ିସାହିର ଅଭିଯୁକ୍ତ କାହ୍ନୁ ସାମଲ(୩୨) ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଶନିବାର କାହ୍ନୁକୁ ଗିରଫ କରିଥିବା ବେଳେ ରବିବାର କୋର୍ଟ ଚାଲାଣ କରିଛନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ମର୍ଦ୍ଦରାଜପୁର ଧର୍ମେନ୍ଦ୍ର ସେଠୀ ପରିବାର ସହିତ କେନାଲ ଛକ ନିକଟରେ ରହୁଥିବା ବେଳେ ଚଳିତ ମାସ ଗତ ୫ ତାରିଖ ସକାଳ ୬ଟା ବେଳେ ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ରାଇସ୍ ମିଲ୍ ସାମ୍ନାରେ ଥିବା ପୋଖରୀକୁ ସ୍ନାନ କରିବା ନିମନ୍ତେ ଯାଇଥିଲେ । ଏହି ସମୟରେ କାହ୍ନୁ ସାମିଲ ପୋଖରୀର ଅପର ପାର୍ଶ୍ୱରେ ଥାଇ ମହିଳାଙ୍କୁ ଅଶୋଭନୀୟ ଇଙ୍ଗିତ କରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ କାହ୍ନୁ ମହିଳାଙ୍କୁ ଟଣା ଓଟରା କରୁଥିବା ବେଳେ ମହିଳା ଜଣକ ଚାବି ମାଧ୍ୟମରେ କାହ୍ନୁର ହାତକୁ ଖେବି ଦେଇଥିଲେ। କାହ୍ନୁ ମହିଳାଙ୍କୁ ଛାଡ଼ି ଚାଲିଯାଇଥିଲା । ଏ ନେଇ ମହିଳା ଜଣକ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଓଡ଼ଗାଁ ପୋଲିସ ୧୨୯/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।
ରାଜ୍ୟ
ମହିଳାଙ୍କୁ ଟଣା ଓଟରା କରି ଯୁବକ ଗିରଫ
- Hits: 142