ହେଡଲାଇନସ୍:

କୁରାଳ ଚଣ୍ଡିଛକ ଠାରୁ ଉଦ୍ଧାର ଆହତ କୁଟୁରାର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୁରାଳ ଚଣ୍ଡିଛକ ନିକଟରୁ ଏକ ଆହତ କୁଟୁରାକୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ବେଳେ ଚିକିତ୍ସା ଅବସ୍ଥାରେ କୁଟୁରାଟିର ମୃତୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରବିବାର ସକାଳେ ଶିକାରି ଭୟ ଅଥବା ଅତ୍ୟଧିକ ଉତ୍ତାପ ବୃଦ୍ଧି କାରଣରୁ ଜଳ ଅନ୍ବେଷଣରେ ଏକ କୁଟୁରା ଗାଆଁ ରାସ୍ତା ଦେଇ ଚଣ୍ଡିଛକକୁ ଚାଲି ଆସିଥିଲା । ଏହି ସମୟରେ କିଛି କୁକୁର ଏକାଠି ହୋଇ କୁଟୁରାଟିକୁ ଆକ୍ରମଣ କରୁଥିବା ବେଳେ ଗ୍ରାମବାସୀ ମିଳିତ ଭାବେ ତାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ଗୁରୁତର ଆହତ କୁଟୁରାଟି ମୃତ୍ୟୁ ବରଣ କରିଥିଲା । ଗ୍ରାମବାସୀ ମାନେ ଘଟଣା ସମ୍ପର୍କରେ ବନବିଭାଗକୁ ଖବର ଦେବାପରେ ବନକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ କୁଟୁରାକୁ ଜବତ୍ କରି କାର୍ଯ୍ୟାଳୟକୁ ଆଣିଥିଲେ ହେପାଜତକୁ ଆଣିଥିଲେ । ମୃତ କୁଟୁରାଟିର ବ୍ୟବଚ୍ଛେଦ ସରିବା ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ତାକୁ ପୋତି ଦିଆ ଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ ସୂଚନାରୁ ଜଣାପଡିଛି ।

0
0
0
s2sdefault