ହେଡଲାଇନସ୍:

କୋମଣ୍ଡ ଚୋରା ମାଙ୍କଡ଼ା ପଥର ଖଣିରେ ଅଚାନକ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଙ୍କଡା ବୋଝଇ ଟ୍ରାକ୍ଟର ମିନିଟ୍ରକ୍ ପାୱାର ଟ୍ରିଲର ସହିତ ବାଇକ ଜବତ


ଓଡଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମାଙ୍କଡା ପଥର ଖଣିରେ ଶନିବାର ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ ବେଳେ ଓଡଗାଁ ପୋଲିସ ଓଡି ୨୫ଡି୨୮୫୬/୫୭ ଓ ଓଡି ୨୫୩୯୧୭/୧୮ ନମ୍ବର ବିଶିଷ୍ଟ ୨ ମାଙ୍କଡା ବୋଝଇ ଟ୍ରାକ୍ଟର, ଓଡି ୦୨ସି୯୮୧୦ ଓ ଓଡି ୦୨ବିଟି୮୭୩୩ ନମ୍ବର ବିଶିଷ୍ଟ ଟାଟା ମିନି ଟ୍ରକ ଓ ଗୋଟିଏ ପଥର କଟିଙ୍ଗ ପାୱାର ଟ୍ରିଲର ଏବଂ ପଥର ମାଫିଆମାନେ ପେଟ୍ରୋଲିଙ୍ଗ ପାଇଁ ବ୍ୟବହାର କରୁଥିବା ଓଆର ୦୨ ଏଏଚ ୫୨୧୩ ଓ ଓଡି ୨୫ବି ୧୨୨୦ ନମ୍ବର ବିଶିଷ୍ଟ ଦୁଇ ବାଇକ ଜବତ କରିଥିବା ବେଳେ ଜଣକୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ଜଣକ ହେଲେ କୋମଣ୍ଡର ସୁଶାନ୍ତ ପାତ୍ର । ଓଡ଼ଗାଁ ପୋଲିସ ୧୪୧/୨୫ଏବଂ ୧୪୨/୨୫ରେ ୨ଟି ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ତେବେ ସୁଶାନ୍ତ ପାତ୍ରଙ୍କୁ ଥାନାରୁ ଜାମିନ ମିଳିଛି।ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ତହସିଲଦାର ଜି ଶ୍ରୀନୁ, ଶରଣକୁଳ ଭାରପ୍ରାପ୍ତ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା, ଏସ୍ଆଇ ଚକ୍ରଧର ସିଂ, ସ୍ଥାନୀୟ ପୋଲିସ କର୍ମଚାରୀ ଓ ଜିଲ୍ଲା ହେଡକ୍ୱାଟର ପୋଲିସ ମିଶି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମେ ଗୋଟିଏ ଦଳ ଯାଇ ଖଣି ଅଞ୍ଚଳ ବୁଲି ଆସିବା ପରେ ଖଣି ମାଫିଆ ପଥର କଟା ଆରମ୍ଭ କରିଥିଲେ । ସେମାନେ ଜାଣିନଥିଲେ ପୁନର୍ବାର ଚଢ଼ାଉ ହେବ । ପ୍ରାୟ ୧ ଘଣ୍ଟା ପରେ ଶଶସ୍ତ୍ର ପୋଲିସ୍ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ ।ଶତାଧିକ ବର୍ଷ ଧରି ଏହି କୋମଣ୍ଡ ଅଞ୍ଚଳରେ ଥିବା ମାଙ୍କଡ଼ା ପଥର ଖଣିରୁ ପଥର ଖନନ କରାଯାଇ ଚାଲାଣ ହୋଇଆସୁଛି । ବହୁ ପୁରାତନ କୋଠାବାଡ଼ି ଓ ମନ୍ଦିରମାନ ଏହି ପଥରେ ନିର୍ମିତ ହୋଇଛି। ଖଣି ନିଲାମ ହୁଏ । ନିଲାମ ନେଇଥିବା ଅଧିକୃତ ବ୍ୟକ୍ତି ବିଶେଷ ପଥର ବିକ୍ରି କରନ୍ତି । ପଥର ଚୋରିକୁ ଢାଲ କରିବା ପାଇଁ ୧ ଏକର ନିଲାମ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ବେଆଇନଭାବେ ୨ ଏକର ପରିମିତ ସ୍ଥାନରୁ ପଥର ଉତ୍ତୋଳନ ହୋଇ ଚାଲିଥିଲା । ତେବେ ଯେବେଠାରୁ ପଥର ଉତ୍ତୋଳନ କରିବା ପାଇଁ ଖଣି ବିଭାଗର ଅନୁମତି ଆବଶ୍ୟକ ପଡ଼ିଲା ଏବଂ ସରକାର ପରିବର୍ତ୍ତନ ହେଲା ସେହି ସମୟରୁ ବେଆଇନ ପଥର ଖଣି ପରିଚାଳନା ପାଇଁ ବିବାଦ ଆରମ୍ଭ ହୋଇଛି । ଗୋଟିଏ ଦଳର ୨ ଗୋଷ୍ଠୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଦଳର ନୟାଗଡ଼ ଜିଲ୍ଲା ଶୀର୍ଷ ନେତୃତ୍ବ ଖଣି ଚଳାଇବାକୁ ଅଭୟ ବର ପ୍ରଦାନ କରିଥିବା ବେଳେ ଶନିବାର ରାତିରେ ପୋଲିସର ଖଣି ଉପରେ ଚଢ଼ାଉ କରି ମାଙ୍କଡା ବୋଝଇ ଟ୍ରାକ୍ଟର ମିନିଟ୍ରକ୍ ପାୱାର ଟ୍ରିଲର ସହିତ ବାଇକ ଜବତ କରିଛନ୍ତି। ଫଳରେ ନେତାଙ୍କ ପ୍ରତି ଚଢ଼ାଉ ମହଙ୍ଗା ପଡ଼ିଥିବ ! ଅପର ପକ୍ଷରେ ରଣପୁର ବିଧାୟିକା ଶନିବାର ରାତିରେ ଓଡ଼ଗାଁ ଥାନା ପରିଦର୍ଶନରେ ଆସିଥିବା କାରଣ ପଛରେ ପଥର ଖଣି ଚଢ଼ାଉ ଏକ ସଂଯୋଗ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।

0
0
0
s2sdefault