ହେଡଲାଇନସ୍:

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଗତ ମଇ 7 ତାରିଖରେ ଓଡିଶା ସଚିବାଳୟ ସେବା ସଂଘର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି | 8 ତାରିଖ ଭୋର 3 ଟା ସମୟରେ ନିର୍ବାଚନର ଫଳାଫଳ ଜଣା ପଡିଥିଲା | ମିଳିଥିବା ସୂଚନା ଅନୁଯାୟୀ 2024 ରେ ଯେଉଁ ନିର୍ବାଚନ ହେବାର ଥିଲା ତାହା 2025 ରେ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ 2 ବର୍ଷ ପାଇଁ ସଂଘର କର୍ମକର୍ତ୍ତା ଚୟନ ହୋଇଛନ୍ତି |
ନିର୍ବାଚନ ରଣାଙ୍ଗନ ରେ 9 ଗୋଟି ପଦ ପାଇଁ ସର୍ବମୋଟ 29 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ଦ୍ବିମୁଖୀ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା | ଶ୍ରୀ ବିବେକାନନ୍ଦ ସାମଲ ସଭାପତି ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ବିଜୟ ସ୍ୱରୂପ ପଣ୍ଡା ଓ ମାନସ ସୁତାର ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି | ଶ୍ରୀ ପ୍ରତ୍ୟୁଷ କୁମାର କଁଅର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି | ସେହିପରି ଚାରିଜଣ ସମ୍ପାଦକ ଭାବେ ଯଥା ସ୍ମିତା ପୃଷ୍ଟି, ଶ୍ରୀ ନଳିନୀକାନ୍ତ ଶର୍ମା, ଶ୍ରୀମତୀ ମୋନାଲି ସାହୁ ଓ ଶ୍ରୀ ସଂଗ୍ରାମ ଖଟେଇ ନିର୍ବାଚିତ ହୋଇଛନ୍ତି | ଶ୍ରୀମତୀ ସ୍ମିତା ସମାପ୍ତିକା ପଟ୍ଟନାୟକ ସମୀକ୍ଷକ ଭାବେ ନିର୍ବାଚିତ ହୋଇଛନ୍ତି |
ପ୍ରଥମ ଥର ପାଇଁ ଓଡିଶା ସଚିବାଳୟ ସେବା ସଂଘରେ ତିନି ଜଣ ମହିଳା କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି |
ମୁଖ୍ୟ ନିର୍ବାଚନ କମିଶନର ଭାବେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସାଥି ନିର୍ବାଚନ କମିଶନର ଶ୍ରୀ ସୁରଜ କୁମାର ଯତି ଓ ବିକ୍ରମ କୁମାର ସାହୁ ଙ୍କୁ ଏହି ନିର୍ବାଚନ ପରିଚାଳନା କରିଥିଲେ |
ଇତି ମଧ୍ୟରେ ତା 09.05.2025 ରିଖ ଦିନ ସଚିବାଳୟ ସେବା ସଂଘ ପରିଷରରେ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି | ଏହି ଉତ୍ସବରେ ଓଡିଶା ସଚିବାଳୟ ସେବାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ଏବଂ ନୂତନ କର୍ମକର୍ତ୍ତା ସଂଘକୁ ନୂଆ ସୋପାନକୁ ନେଇ ଯିବେ ବୋଲି ଆଶାବ୍ୟକ୍ତ କରିଥିଲେ |

0
0
0
s2sdefault