ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାରେ ସ୍ଥାପିତ ବୁଦ୍ଧ ମୂର୍ତ୍ତି ନିକଟରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସଂଗଠନ ର ସମସ୍ତ କର୍ମକର୍ତ୍ତାଙ୍କ ଦ୍ଵାରା ବୁଦ୍ଧ ପୂର୍ଣ୍ଣିମାକୁ ଏକ ବୈଚାରିକ ସଂସ୍କାର ଉତ୍ସବ ଭାବରେ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଗବାନ ବୁଦ୍ଧଙ୍କର ଶାନ୍ତି, ମୈତ୍ରୀ ଓ ସମତା ର ବାଣୀକୁ ସମାଜରେ ପ୍ରଚାର କରିବା । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ୍ବେଦକର ବିଚାର ମଞ୍ଚର ରାଜ୍ୟ ସଭାପତି ପଞ୍ଚାନନ ନାୟକଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଣ୍ଡବ ନାୟକ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ନାୟକ,ରବୀନ୍ଦ୍ର ସେଠୀ, ଅଶ୍ଵିନୀ ବୌଦ୍ଧ, ଶିବ କୁମାର ନାୟକ, ଯୁବ ସେରଚସେବୀ ନିଲୁ ପ୍ରଧାନ , ସମାଜସେବୀ ଜଳନ୍ଧର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମିତ୍ ନାୟକ,ସୁଧିର ନାୟକଙ୍କ ସମେତ ସଂଗଠନର ୫୦୦ ରୁ ଊର୍ଧ୍ୱ ଅନୁଗାମୀଙ୍କ ଉପସ୍ଥିତିରେ ଆଜି ବୁଦ୍ଧ ପୂର୍ଣ୍ଣମା ପାଳନ କରାଯାଇଅଛି ।
ରାଜ୍ୟ
ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ବେଲଗୁଣ୍ଠା ବୁଦ୍ଧ ମୁର୍ତ୍ତି ନିକଟରେ ବୁଦ୍ଧ ପୂର୍ଣ୍ଣିମା ପାଳନ
- Hits: 7