ହେଡଲାଇନସ୍:

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରାହ୍ମଣିପାଳ, ମଇ ୧୨, ୨୦୨୫; ଟାଟା ଷ୍ଟିଲ ଫାଉଣ୍ଡେସନ୍, ବାବା ତିଲକା ମାଝି କ୍ଲବ୍, ବ୍ରାହ୍ମଣିପାଳ ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ,(ଏଏସଇଏସିଏ) କଳିଙ୍ଗନଗର ଦ୍ୱାରା ଓଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସୋମବାର ବ୍ରାହ୍ମଣିପାଳ ଠାରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ ମୁଖ୍ୟ ଅତିଥି ଏବଂ ଜଣାଶୁଣା ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଉଇକିପିଡିଆ ପ୍ରତି ବିଶେଷ ଅବଦାନ ରଖିଥିବା ଶ୍ରୀ ଅଶ୍ୱିନୀ ଭଞ୍ଜନ ମୁର୍ମୁ ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ନେତା, ମହିଳା, ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ଜନସାଧାରଣ ଯୋଗ ଦେଇ ସାନ୍ତାଳ ସମ୍ପ୍ରଦାୟର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ପରମ୍ପରାକୁ ପାଳନ କରିଥିଲେ ।

ଏହି ଅବସରରେ କଳିଙ୍ଗନଗର ଅଞ୍ଚଳର ଓଲଚିକି ଭାଷା ସଂରକ୍ଷଣ ଓ ପ୍ରଚାରରେ ଅତୁଳନୀୟ ଅବଦାନ ରଖୁଥିବା ଓଲଚିକି ଭାଷା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

ଏଥିସହ ଓଲଚିକି ଭାଷା ଶିକ୍ଷାର୍ଥୀମାନେ କଳିଙ୍ଗନଗରର ଆଦିବାସୀ ଅଞ୍ଚଳରେ ଓଲଚିକି ଭାଷାର ପ୍ରୟୋଗକୁ ବୃଦ୍ଧି କରିବା ଉପରେ ଏକ ନାଟକ ପ୍ରଦର୍ଶନ କରିଥିଲେ । ଏହି ଉଦ୍ୟମ ଆଦିବାସୀ ଯୁବସମାଜରେ ଭାଷାଗତ ପରିଚୟ ପ୍ରତି ସଚେତନ କରିଥିଲା ।

ଏହି ଅବସରରେ ବିଧାୟକ ଡଃ ନାୟକ ଆଦିବାସୀ ଭାଷା ସଂରକ୍ଷଣରେ ଟାଟା ଷ୍ଟିଲ ଫାଉଣ୍ଡେସନର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ଲୋକମାନଙ୍କ ଭାଷାଗତ ବିବିଧତା, ସାଂସ୍କୃତିକ ଗର୍ବ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ବିକାଶକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

 

0
0
0
s2sdefault