ହେଡଲାଇନସ୍:

ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀଙ୍କ ବାର୍ଷିକ ଅଧିବେଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘ (ଭାରତୀୟ ମଜଦୁର ସଂଘ ସମର୍ଥିତ) ର ବାର୍ଷିକ ଅଧିବେଶନ ସୁକାନ୍ତ ମହାନ୍ତିଙ୍କ ଆବାହନରେ ଭୁବନେଶ୍ୱରରେ ଅୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେନସନ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତେଜେଶ୍ୱର ପଟ୍ଟନାୟକ ସଭାପତି ବିଶ୍ୱମୋହନ ମିଶ୍ର, କାର୍ଯ୍ୟକାରି ସଭାପତି ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କରାଯାଇଛି । ସର୍ବଭାରତୀୟ ସାଧାରଣ ସମ୍ପାଦକ ରାଘବ ରାଓ ଏବଂ ସଭାପତି ଶ୍ୟାମସୁନ୍ଦର ବଣିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦସ୍ୟମାନଙ୍କୁ ସେମାନଙ୍କର ପେନସନ ବୃଦ୍ଧି ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶାର ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ପୃଥିୀରାଜ ପଣ୍ଡା ଏବଂ ବିଶେଷ ଅତିଥି ଭାବେ ସରୋଜ ପ୍ରଧାନ (ଆର୍ଥିକ ବିଭାଗ), (ଭାରତୀୟ ମଜଦୁର ସଂଘ)ଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଶ୍ରୀ ଣ୍ଡା ବ୍ୟାଙ୍କ ନେସନରମାନଙ୍କ ପେନସନ ବୃଦ୍ଧି ଜନିତ ସମସ୍ତ ନ୍ୟାଜ୍ୟ ଦାବିଗୁଡିକୁ କେନ୍ଦ୍ରୀୟ କମିଟି କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଭାର ପ୍ରାରମ୍ଭରେ ପହଲଗାମରେ ସଦ୍ଗତିଃ ଲାଭ କରିଥିବା ଆତ୍ମା ଏବଂ ସଦ୍ୟ ତିରୋଧାନ କରିଥିବା ବୀରପୂତ ସୈନିକ ଏବଂ ଆମ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାପରେ ଶ୍ରମିକ ସଙ୍ଗୀତ ସହ ସରୋଜ ପ୍ରଧାନ ସଭାର ଶୁଭାରମ୍ଭ କରିଥିଲେ । ଅତିଥିମାନେ ସେମାନଙ୍କର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ । ସଭା ଅନ୍ତରେ ମଦନ ମହାପାତ୍ର ଧନ୍ୟବାଦ ପ୍ରସ୍ତାବ ସହିତ ସଭା ସମାପନ କରିଥିଲେ ।

0
0
0
s2sdefault