ହେଡଲାଇନସ୍:

ତାଳଦା ପଞ୍ଚାୟତ କୁ ଗଡ଼ିଲା ସରକାରୀ ବସ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ: ୧୫ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଅସ୍ତରଙ୍ଗ ପଞ୍ଚାୟତ ସମିତି ଲ ସେଥିମଧ୍ୟରୁ ତାଳଦା, ଦେବୀ ନଦୀ ଭିତରେ ଥିବା ଦୀପାଞ୍ଚଳ ପଞ୍ଚାୟତ | ମାତ୍ର ବିଜୁ ସେତୁ ଯୋଜନା ରେ ଆସିଥିବା ଅର୍ଥ ରେ ଦୀପାଞ୍ଚଳ କୁ ରାସ୍ତା ସଂଯୋଗୀ କରଣ କରାଯାଇ ଏକ ସେତୁ ନିର୍ମାଣ କରାଗଲା lଏଥିରେ ୩ ଗୋଟି ଜିଲ୍ଲା ସମେତ ଦୀପାଞ୍ଚଳ ଲୋକ ଙ୍କ ଗମନାଗମନ ସୁବିଧା ହେଲା,କିନ୍ତୁ ଏହି ଅଞ୍ଚଳ କୁ ସରକାରୀ ଲଷ୍ମୀ ବସ ସେବା ଯୋଗାଇ ଦିଆ ଗଲାନାହିଁ l ସେଥିପାଇଁ ଅଞ୍ଚଳ ବାସି ଅସ୍ତରଙ୍ଗ ବଜାର, ମେଡିକାଲ, ଥାନା, ତହସିଲ ଓ ବ୍ଲକ ସହିତ ବ୍ୟାଙ୍କ ମଧ୍ୟ ଯିବାକୁ ହେଲେ ଅଟୋ ଉପରେ ନିର୍ଭର କରନ୍ତି, ଏହାକୁ ନେଇ ଗତ କିଛିମାଶ ଧରି ବୁଭିର୍ନ୍ନ ଗଣ ମାଧ୍ୟାମ ରେ ପ୍ରକାଶ ପାଇବା ପରେ, ଆଜି ଜିଲ୍ଲା ଓ ବ୍ଲକ ପ୍ରଶାସନ ର ମିଳିତ ଆଲୋଚନା ପରେ ଅସ୍ତରଙ୍ଗ ବଜାର ରୁ ନଗର ନଈଗୁଆ ଦେଈ ତାଳଦା ପଞ୍ଚାୟତ କୁ ସରକାରି ବସ ସେବା ଆରମ୍ଭ ହୋଇଛି । ତାଳଦା ପଞ୍ଚାୟତ କୁ ସରକାରୀ ବସ୍ ସେବା କୁ ନେଇ ତଳଦା ଅଞ୍ଚଳ ବାଶି ବେଶ ଖୁସି ଥିବା ବେଳେ,ପ୍ରଶାସନ କୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।

0
0
0
s2sdefault