ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଶିଶୁଙ୍କ ସୁରକ୍ଷା ପ୍ରତି ସରକାର ର ବିଶେଷ ଧ୍ୟାନ ଦେଉଥିବା ବେଳେ ଅନେକ ସମୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ । ସୁବର୍ଣ୍ଣପୁର ଜିଲ୍ଲା,ଡୁଙ୍ଗୁରିପାଲି ବ୍ଲକ ,ସୁନାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପହଣ୍ଡି ଗ୍ରମର ଅଙ୍ଗନବାଡ଼ି ‘ଖ' କେନ୍ଦ୍ରର ଅବସ୍ଥା ଦେଖିଲେ ପିଲାଙ୍କ ଜୀବନ ପ୍ରତି କାହାରି ଧ୍ୟାନ ନାହିଁ ଭଳି ମନେ ହୁଏ । ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖ ରେ ଏକ ନଳକୂପ ରହିଛି । ନଳକୂପ ଓ କେନ୍ଦ୍ରର ସମ୍ମୁଖ ଅଂଶ ବିଭିନ୍ନ ଅଳିଆ ଆବର୍ଜନାରେ ଭର୍ତ୍ତି । ଏହାର ପଛପଟେ ବିଭିନ୍ନ ଲଟାବୁଦା ଭରି ରହିଛି । ଯାହାକୁ କେନ୍ଦ୍ରର ଝରକା କବାଟକୁ ମଧ୍ୟ ମାଡି ଯାଇଛି । ସରକାର ଗାଁ କଲ୍ୟାଣ ସମିତି ମାଧ୍ୟରେ ୧୨ ହାଜର ଟଙ୍କା ଦେଉଛନ୍ତି । ଏହି ଅର୍ଥରେ ଗାଁର ନଳକୂପ ଓ ବିଭିନ୍ନ ସର୍ବସାଧାରଣ ଧାରଣ ସ୍ଥାନର ଅଳିଆ ଆବର୍ଜନା ସଫା କରିବା କଥା। କାଗଜ କଲମରେ ଏହା ହେଉଥିବା ପହଣ୍ଡି ଗ୍ରାମର ଏହି ଦୃଶ୍ୟରୁ ଅନୁମାନ ହୁଏ । ଉକ୍ତ ସମସ୍ୟା କୁ ନେଇ ଗ୍ରାମବାସୀ ଜିଲ୍ଲାପାଲ ଙ୍କ ଜନଶୁଣାଣୀ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମ ବସି ଙ୍କ ଦାବି ହୋଉଛି ।
ରାଜ୍ୟ
ଅଙ୍ଗନବାଡ଼ି ପରିସର ଆବର୍ଜନାରେ ପୂର୍ଣ୍ଣ
- Hits: 4