ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ :ଶହୀଦ ଭଗତ ସିଂ ଯୁବକ ସଙ୍ଘ ଓ ଭାଷା ଆନ୍ଦୋଳନ ତରଫରୁ ଉତ୍କଳ ଗୌରବ ମଧୁ ସୂଦନ ଦାସ ଙ୍କ ର 172ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି ଏହି ପରିପେକ୍ଷ ରେ ବ୍ୟାସନଗର ତହସିଲ ଠାରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଏକ ଆଲୋଚନା ଚକ୍ର କରାଯାଇଥିଲା ସଭାପତି ରାଜେନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ବରିଷ୍ଠ ଆଇନଜୀବୀ ବ୍ରଜ କିଶୋର ପତି ତାଙ୍କ ବ୍ୟକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଓଡ଼ିଆ ଜାତି ର ଗର୍ବ ଗୌରବ ମଧୁସୁ ଦନ ଦାସ ଙ୍କ ତ୍ୟାଗ ନିଷ୍ଠାପର ଆନ୍ଦୋଳନ ଫଳରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇପାରିଛି ! ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ନାୟକ କାର୍ତିକ ସାହୁ ଗୋବିନ୍ଦ ବାରିକ କଳିଙ୍ଗ ପହି ଚଦ୍ରମଣି ସାମଲ ଓ ସାମ୍ବାଦିକ ସୁବାଷ ଚନ୍ଦ୍ର ନାୟକ, ଆକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ
ରାଜ୍ୟ
ମଧୁବାବୁଙ୍କ ଜନ୍ମଜୟନ୍ତୀ ପାଳିତ
- Hits: 555
