ହେଡଲାଇନସ୍:

ବାରବାଟି ଷ୍ଟାଡ଼ିଅମରେ ତିନିଦିନିଆ ବାସ୍କେଟ ବଲ ପ୍ରତିଯୋଗିତା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ: ଗତ କାଲି ସନ୍ଧ୍ୟାରେ ତିନି ଦିନ ଧରି ଚାଲୁଥିବା ପ୍ରଥମ ମନୋଜ କୁମାର ମେମୋରିଆଲ ବାସ୍କେଟ ବଲ ପ୍ରତିଯୋଗିତା ବାରବାଟି ଷ୍ଟାଡିୟମ ପରିସର କୋର୍ଟ ରେ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶା, ଝାଡ଼ଖଣ୍ଡ ଓ ସୁଦୂର କେନିଆ ରୁ ଅଣ୍ଡର ୨୩ ଗ୍ରୁପରୁ ପୁରୁଷ ଓ ମହିଳା ବିଭାଗରେ ଷୋହଳ ଟି ଦଳ ଭାଗନେଇଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲଲାଟେନ୍ଦୁ ବଡୁ ଓ ଓଡିଶା ବାସ୍କେଟ ବଲ ଆସୋସିଏସନ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆୟୋଜକ, ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଏବଂ ପୁରସ୍କାର ବଣ୍ଟନ କରିଥିଲେ। ପୁରୁଷ ବିଭାଗରେ ଏମ ଥ୍ରୀ ପାନ୍ଥର୍ସ ଚମ୍ପିୟାନ ଓ ରୋଭର୍ସ ଟିମ ରନର୍ସଅପ ହୋଇଥିଲା ବେଳେ ମହିଳା ବିଭାଗ ରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଚମ୍ପିୟାନ ଓ ଟିମ ଏଣ୍ଟର୍ଟେନର, କଟକ ରନର୍ସ ଅପ ହୋଇଥିଲେ।ଓଡିଶା ବାସ୍କେଟ ବଲ ଆସୋସିଏସନ ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ପରିଡା ଏକଜୁଟିଭ ମେମ୍ବର ସତୀଶ ସାହୁ, ରାଜେଶ ଜେନା, ବରିଷ୍ଠ ଖେଳାଳୀ କାର୍ତ୍ତିକ ବେହେରା, ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ବ୍ରହ୍ମାନନ୍ଦ ବେହେରା, ବାରବାଟି ବାସ୍କେଟ ବଲ ଗ୍ରୁପ ସଭାପତି ଶ୍ରୀ ପ୍ରଦୀପ ରାଓ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ।

0
0
0
s2sdefault