ହେଡଲାଇନସ୍:

ଯୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର ସହର ହରିହର ନଗର ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯୋଗାସନ ଶିକ୍ଷ୍ୟା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଚିର ସୁସ୍ଥ ରହିବା ପାଇଁ ଯୋଗ,ଆସନ ଓ ପ୍ରାଣାୟାମ ଅଭ୍ୟାସ କରିବା ଉଚିତ। ଯୋଗ ଦ୍ଵାରା ମୁକ୍ତି, ରକ୍ତଚାପ, ଶାନ୍ତ ଜୀବନ, ଆସନ ଦ୍ଵାର ଶରିରର ପ୍ରତ୍ୟେକ ଅଂଶରେ ଅମ୍ଳଜାନ ପ୍ରବେଶ କରି ରକ୍ତ ଶୁଦ୍ଧ କରେ, କ୍ଷୁଧା ବଢ଼ାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଏ।ଆମବାତ, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ମଧୁମେହ, ମେଦବୃଦ୍ଧି, ଗଳଗଣ୍ଡ କମାଏ। ପ୍ରାଣାୟାମ ଦ୍ଵାରା ହୃଦୟ, ଫୁସଫୁସ ସୁସ୍ଥ ରହେ ଏଣୁ ଆବାଳବୃଦ୍ଧବନିତା ମହିଳା ଓ ଯୁବକ ସମସ୍ତେ ଅଷ୍ଟାଙ୍ଗ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତ,ଫୋନ- 9861450612

0
0
0
s2sdefault