ଝରିଗାଁ, ନବରଙ୍ଗପୁର 15/06/2026-ଅଶୋକ ସାହୁ,ଓଡିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଏଠାକାର କଳା,ସଂସ୍କୃତି, ପରମ୍ପରା ସବୁଠୁ ନିଆଁରା |ଏଠାରେ ବସବାସ କରୁଥିବା ଚାଷଭୂମି ବା ବସୁମତୀ କୁ ମା ର ସମ୍ମାନ ଦେଇ ବିଭିନ୍ନ କୃଷି ଭିତ୍ତିକ ପର୍ବ ପର୍ବାଣୀ ପାଳନ କରିଥାନ୍ତି |ତନ୍ମଧ୍ୟରେ ରଜ ପର୍ବ ଅନ୍ୟତମ |ଜୈଷ୍ଠ ମାସରେ ଏହି ପର୍ବ ପାଳିତ ହେଉଥିବା ବେଳେ ଏହି ପର୍ବ ଚାଷର ଆରମ୍ଭକୁ ସୂଚାଇଥାଏ |ମାଟି ବା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷା ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆଁ ଶସ୍ୟ ଜନ୍ମହେବାର ସାଂକେତିକ ଭାବ ବହନ କରିଥାଏ ଏହି ରଜ ପର୍ବ |ଏହି ପର୍ବ ଚାରିଦିନ ଧରି ପାଳନ କରାଯାଉଥିବା ବେଳେ ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମି ଦହନ ବା ଭୂଦାହ ଓ ଚତୁର୍ଥ ବା ଶେଷ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ |ଚାରିଦିନ ଧରି ଚାଷୀ ଚାଷ କାର୍ଯ୍ୟରୁ ନିବୃତ ରହି ବିଭିନ୍ନ ଖେଳରେ ମସଗୁଲ ରହୁଥିବା ବେଳେ ଯୁବତୀ ଓ ମହିଳାମାନେ ମଧ୍ୟ ଚାରିଦିନ ଯାଏ ରଜର ମଜା ନେଇଥାନ୍ତି |ନୂତନ ବସ୍ତ୍ର ପରିଧାନ କରି ଅଳତା, ସିନ୍ଦୁରରେ ସଜେଇ ହୋଇ ରଜ ଦୋଳି ଖେଳିବା,ପୋଡ଼ ପିଠା ଖାଇବା, ସାଇ ସାଇ ବୁଲିବା,ରଜ ପାନ ଖାଇବା, ନାଚିଗାଇ ମସ୍ତି କରିବା ଓ ପୁଚି, ବୋହୁଚୋରୀ ଭଳି ବିଭିନ୍ନ ଖେଳର ଆନନ୍ଦ ନିଅନ୍ତି |ଚଳିତ ବର୍ଷ ଝରିଗାଁ ବ୍ଲକ ଭଳି ଏକ ଉପାନ୍ତ ଅଞ୍ଚଳରେ ଏହି ପର୍ବ ବେଶ ହର୍ଷ ଉଲ୍ଲାସର ସହ ପାଳିତ ହେଉଥିବା ଦେଖୁବାକୁ ମିଳିଛି |ନବରଙ୍ଗପୁର ଜିଲ୍ଲାର ସହରଠୁ ଗ୍ରାମାଞ୍ଚଳ ସବୁଠି ରଜ ପର୍ବ ପାଇଁ ଉଠୁଛି ପଢୁଛି |ଗ୍ରାମେ ଗ୍ରାମେ ଯୁବତୀ ଓ ମହିଳା ମାନେ ମାଇକ ଓ ଡିଜେ ସବୁର ଆୟୋଜନ କରି ରଜ ପର୍ବ ପାଳୁଥିବା ଦେଖିବାକୁ ମିଳିଛି |ରଜ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରିଦେଇଛି
ରାଜ୍ୟ
ରଜ ପର୍ବ ପାଇଁ ଉତ୍ସବ ମୁଖର ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳ ଓ ସହର
- Hits: 24







