ହେଡଲାଇନସ୍:

ଐତିହାସିକ କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ- 2026 ଭଞ୍ଜନଗର ଉପଜିଲ୍ଲାପାଳଙ୍କ କକ୍ଷରେ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର, କୁଲାଡ -୨୦୨୬, ବର୍ଷର ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳିତ ଏବଂ ସୁବ୍ୟବସ୍ଥିତ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତିମୂଳକ ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ୧୨ ତାରିଖ ଜୁନ୍ ମାସ ଶୁକ୍ରବାର ୨୦୨୬ ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି।

ଏଥିରେ ,କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର (ଦେବୋତ୍ତର ବିଭାଗ) ମନ୍ଦିର ର ଟ୍ରଷ୍ଟି ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ବୈଠକରେ ଅଧ୍ୟକ୍ଷତା କରିବା ସହ ବୈଠକରେ ଐତିହାସିକ ରଥଯାତ୍ରା ପରିଚାଳନା ର ସୁବ୍ୟବସ୍ଥା ବିଷୟ ରେ କହିଥିଲେ । ଆମର ଲକ୍ଷ୍ୟ ରଥଯାତ୍ରାରେ ସର୍ବୋଚ୍ଚ ସୁରକ୍ଷା ଓ ସୁବ୍ୟବସ୍ଥା ନିଶ୍ଚିତ କରି ଜନସାଧାରଣଙ୍କୁ ଏକ ନିରାପଦ ଏବଂ ଭାବବହୁଳ ଅନୁଭବ ଦେବା। ତତ୍ ସହିତ ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ,ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଚେତନ ଓ ସମନ୍ୱୟ ଭିତ୍ତିରେ କାମ କରିବାକୁ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ କୁଲାଡ ପରି ଉପଖଣ୍ଡ ଅଞ୍ଚଳରେ ବହୁ ସ୍ଥାନରେ ଯଥା ବୁଗୁଡ଼ା , ବେଲଗୁଣ୍ଠା, ଆସ୍କା, ସୋରଡ଼ା , ଶେରଗଡ, ଧରାକୋଟ, ବଡ଼ କୋଦଣ୍ଡା, ଭଞ୍ଜନଗର ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଅଛି। ତେଣୁ ଉକ୍ତ ସବୁ ଯାତ୍ରାକୁ ଅତି ସୁରକ୍ଷା ସହ ଓ ଶାନ୍ତିସହ ସମ୍ପନ୍ନ ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ବୈଠକରେ ସମସ୍ତ ବିଭାଗ ଅଧିକାରୀ ଙ୍କ ସହ ରଥଯାତ୍ରା ବିଷୟରେ ଚର୍ଚ୍ଚା ହୋଇଥଲା ,ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା , ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ସ୍ଥାନୀୟ ଟ୍ରାଫିକ୍ ବ୍ୟବସ୍ଥା, ଉଚିତ ପୁଲିସ ବ୍ୟବସ୍ଥା, ଅଗ୍ନି ନିରାପଦ,ଆପତ୍ତି ସ୍ବାସ୍ଥ୍ୟ ଗତ ପରିସ୍ଥତି (ଅନୁଚିତ ଘଟଣା/ଚିକିତ୍ସା) ପାଇଁ ଅମ୍ବୁଲାନ୍ସ ଓ ଚିକିତ୍ସାକର୍ମୀ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା (ସୁଚିତ ସ୍ଥଳ, ପୋର୍ଟେବଲ୍ ଟଏଲେଟ୍ ଇତ୍ୟାଦି)
ସଫେଇ ଓ ପରିଚ୍ଛନ୍ନତା ବ୍ୟବସ୍ଥା
ମଣ୍ଡପ/ରଥ ପରିଚାଳନା, ଚାଳକ ଓ ରଥ ନିର୍ଦ୍ଦେଶନା, ଯାତ୍ରୀଙ୍କ ସୁରକ୍ଷା। ଜନସାଧାରଣ ଙ୍କ ସୁରକ୍ଷା ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା। ଏହା ସହିତ ରଥଯାତ୍ରା କାର୍ଯ୍ୟକ୍ରମ ର ସମ୍ପୁର୍ଣ୍ଣ ସୂଚନା ନିମନ୍ତେ, ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସବିଶେଷ ବିବରଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସମସ୍ତ ଗଣମାଧ୍ୟମ ଦ୍ୱାରା ଉପଯୁକ୍ତ ପ୍ରଚାର ଓ ପ୍ରସାର ଇତ୍ୟାଦି ବିଷୟବସ୍ତୁ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଆଜିର ଏହି ଭବ୍ୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତି ଦେବୀ ତହସିଲଦାର ଅଭିପ୍ସା ପଟ୍ଟନାୟକ, ପ୍ରଶାସନ, ସରକାରୀ ଓ ସାମାଜିକ ପ୍ରତିନିଧି, କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଯଥା ବ୍ରହ୍ମା ନନ୍ଦ ଦାସ, ସଞ୍ଜୟ ପ୍ରଧାନ, ମୁରଲୀଧର ପଣ୍ଡା, ସଧର ଦ।ସେ ଇତ୍ୟ।ଦ,ପୁଲିସ ବ୍ୟବସ୍ଥା, ଅମ୍ବୁଲାନ୍ସ ଓ ଆପଦକାଳୀନ ସେବା ସଂପୃକ୍ତ ବିଭାଗଗୁଡିକ ର ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ। ଭଞ୍ଜନଗର ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ ସଂଯୋଜନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

0
0
0
s2sdefault