ହେଡଲାଇନସ୍:

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କୋର୍ଟ ଚାଲାଣ,ଜାମିନ ଖାରଜ,ଜେଲ ହାଜତକୁ ଗଲେ

  • ସମ୍ପୃକ୍ତ ସମସ୍ତ ୭ଜଣ ଅଭିଯୁକ୍ତ ୧୫ ଦିନ ମଧ୍ୟରେ ଗିରଫ।


ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରଙ୍ଗଣୀପାଟଣା ଗାଁର ମୁନା ସାହୁକୁ ଓଡ଼ଗାଁ ପୋଲିସ ତାଙ୍କ ଘରୁ ଧରିବା ସହିତ ପଚରା ଉଚୁରା ପରେ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲେ।ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।ନୟାଗଡ଼ ଜିଲ୍ଲା ପୋଲିସ ଅଧିକ୍ଷକ ଏସ ସୁଶ୍ରୀ ଏବଂ ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ପରାମର୍ଶ ଅନୁସାରେ ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ ଏସଆଇ ଚକ୍ରଧର ସିଂ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହଯୋଗରେ ମୁନା ସାହୁକୁ ଗିରଫ କରିବା ପରେ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ୧୫ ଦିନ ମଧ୍ୟରେ ଓଡ଼ଗାଁ ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି।ଅଭିଯୋଗ ଅନୁସାରେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗତ ୧୩ ତାରିଖରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ରୋହିବାଙ୍କ ଧୋବା ସାହିର ମହନ୍ତ ନାୟକ, ରୋହିବାଙ୍କ ବାରିସାହିର ମାନସ ବେହେରା ସହିତ ଖଣ୍ଡପଡ଼ା ଚଉପଲୀର କାର ଚାଳକ ନରେଶ ବିଶୋଇ ଏବଂ ଓଡ଼ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ ୪ ଜଣଙ୍କୁ ଗିରଫ କରି ଓଡ଼ଗାଁ ପୋଲିସ କୋର୍ଟ ଚାଲାଣ କରିଥିଲେ।ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେହିପରି ଅନ୍ୟ ୨ ଜଣ ମୁଖ୍ୟ ଅଭିଯୁକ୍ତ ରୋହିବାଙ୍କର ଜଗନ୍ନାଥ ପଣ୍ଡା(୨୬) ଏବଂ କୋମଣ୍ଡ ମକରପଦାର କୁଲୁ ଓରଫ ରବୀନ୍ଦ୍ର ଭଟ୍ଟ(୩୫)କୁ ଗତ ୨୦ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା।ଯାମିନି ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।ପ୍ରକାଶ ଥାଉକି ଚଳିତ ମାସ ଗତ ରବିବାର ତଥା ୧୧ ତାରିଖ ବିଳମ୍ବିତ ରାତି ପ୍ରାୟ ସାଢ଼େ ବାରଟା ବେଳେ ଅଜିତ ଏବଂ ତାର ସାଥି ସନ୍ତୋଷ ପ୍ରଧାନ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ୪୦୭ ମିନି ଟ୍ରକକୁ ଜିଗିଥିଲେ।ପୋଲିସକୁ ଖବର ଦେଲେ। ଖବର ପାଇ ଗାଡ଼ି ମାଲିକ ପୂର୍ଣ୍ଣଚନ୍ଦ୍ର ନାୟକ କାରରେ ଆସି ଅଟକ ଗାଡ଼ି ନିକଟରେ ପହଞ୍ଚିଲେ। ଅଜିତ ସନ୍ତୋଷଙ୍କ ସହିତ ପୂର୍ଣ୍ଣଙ୍କ ମଧ୍ୟରେ ପଥର ଚାଲାଣକୁ ନେଇ ଆଲୋଚନା ଚାଲିଥିବା ବେଳେ ଏକ ବୋଲେରୋ ଗାଡ଼ିରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ଯୁକ୍ତିତର୍କ ତିବ୍ରତର ହେଲା।ଅଭିଯୁକ୍ତ ମହନ୍ତ ନାୟକ ଅଜିତକୁ ଧରିଥିବା ବେଳେ ରୋହିବାଙ୍କ ବାଲିସାହିର ମାନସ ବେହେରା ଅଜିତକୁ ଖଣ୍ଡାରେ ହାଣିଥିଲା।ଫଳରେ ଘଟଣା ସ୍ଥଳରେ ଅଜିତର ମୃତ୍ୟୁ ଘଟିଥିଲା ଘଟଣାର ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୧୨୩/୨୦୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।

0
0
0
s2sdefault