ହେଡଲାଇନସ୍:

ବେଲଗୁଣ୍ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -:26/05/26-:(ଶିବରାମ ଚୌଧୁରୀ )-ଆମ ଗଂଜାମ ସ୍ଵଛ ଗଂଜାମ” ଅଭିଯାନ ଆନୁକୂଲ୍ୟରେ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅନ୍ତର୍ଗତ “Mission Zero Plastic Visibility” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ରାସ୍ତାଘାଟ, ବଜାର ଓ ସାର୍ବଜନିକ ସ୍ଥାନରୁ ପ୍ଲାଷ୍ଟିକ ବର୍ଜ୍ୟ କମାଇ ପରିବେଶ ସୁରକ୍ଷା କରିବା ଏହି କାଯ୍ୟକ୍ରମ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜଗନ୍ନାଥ ମନ୍ଦିର ଓ ନୃସିଂହ ମନ୍ଦିରର ପIରିପାର୍ଶ୍ଵିକ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ୱାବଧାନରେ ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ପାରିଷଦ ଦିବ୍ୟରଞ୍ଜନ ଦାଶ, ଶ୍ରୀମତୀ ପ୍ରିୟମ୍ବଦା ସାମଲ , ପ୍ରଦୀପ ସେଠି , ଦିଲୀପ ଆଚରି ପ୍ରତିମାସ୍ୱାଇଁ ଓ ପାରିଷଦପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି, ଚିଦାନନ୍ଦ ପାତ୍ର, ସୋମନାଥ ବେହେରା ପରିଷଦର ସମସ୍ତ ସଫେଇ କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟ କର୍ମଚାରି ପ୍ରଫୁଲ୍ଲ ଷଡ଼ଙ୍ଗୀ, ଅଶ୍ୱିନୀ ନାୟକ , ଜି ପ୍ରବୀଣ କୁମାର , ସନ୍ତୋଷ ପଣ୍ଡା , ଗୟାଚାନ୍ଦ ସାହୁ , କୃଷ୍ଣ ଚନ୍ଦ୍ର ମହାନ୍ତି , ରବୀନ୍ଦ୍ର ତ୍ରିପାଠୀ , ମହେନ୍ଦ୍ର ଦାସ , ଶ୍ୟାମସୁନ୍ଦର ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ I ସମସ୍ତ ଅଂଶଗ୍ରହଣକାରି ହାତରେ କୋଦାଳ ଓ ଝାଡୁ ଧରି ସଫେଇ କରିଥିଲେ ଓ ବର୍ଜ୍ୟବସ୍ତୁ ବୁହା ଗାଡିରେ ପରିଷଦର MRF କେନ୍ଦ୍ର ରେ ନେଇ ପହଞ୍ଚାଇଥିଲେ I ପରିଶେଷରେ ସ୍ୱଛତା ସଂକଳ୍ପ ପତ୍ର ପାଠକରି ଶପଥ ପାଠ କରାଯାଇଥିଲା

0
0
0
s2sdefault