ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚାୟତ ର ଶ୍ରୀବନ୍ତପୁର ଗ୍ରାମରେ ଥୀବା ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ବାର୍ଷିକ ଜନ୍ମ ଉତ୍ସବ ଚାରି ଦିନ ଧରି ପାଳିତ ହୋଇ ଯାଇ ଅଛି l ୨୩ ତାରିଖ ଶନିବାର ଅଙ୍କୁରପଣ ଓ ଅଧିବାସ ରହିଥିବା ବେଳେ, ରବିବାର ଦିନ କଳସ ଯାତ୍ରା, ଅଗ୍ନି ସ୍ଥାପନ ଓ ପାଲା ପରିବେଷଣ ରହି ଥିଲା l ସେହିପରି ସୋମବାର ଦିନ ସୂର୍ଯ୍ୟ ପୂଜା, ଚତୁର୍ଥ ପ୍ରହର ନାମ ଯଜ୍ଞ,ପ୍ରସାଦ ସେବନ ସହ ମଙ୍ଗଳବାର ଦିନ ପୂର୍ଣ୍ଣା ହୂତି ଓ ଭଜନ ସନ୍ଧ୍ୟା ରହିଥିଲା l ଚାରିଦିନ ବ୍ୟାପି ଏହି ସବୁ ମହତ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଵିଦ୍ଵାନ ପଣ୍ଡିତ ମାନଙ୍କ ଦ୍ଵାରା ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକ୍ରମ ସମାପନ ହୋଇ ଥୀବା ବେଳେ, ଆଖ ପାଖର ଅଞ୍ଚଳ ର ବହୁ ଭକ୍ତ ଏହି ସବୁ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ l ଏହାକୁ ପରିଚାଳନା କରିଥିଲେ, ବିଚିତ୍ରାନନ୍ଦ ବିଶ୍ୱାଳ, ସୁଶାନ୍ତ ବିଶାଳ, ଲଷ୍ମୀଧର ନାୟକ, ବିଦେସି ବିଶ୍ୱାଳ, ବାଦଲ ବିଶ୍ୱାଳ, ଲଷ୍ମୀଧର ବିଶ୍ୱାଳ ସମେତ ଶ୍ରୀବନ୍ତପୁର ଗ୍ରାମ ବାସି ପ୍ରମୁଖ l
ରାଜ୍ୟ
ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ଜନ୍ମବାର୍ଷିକ ଉତ୍ସବ l
- Hits: 8







