ନବରଙ୍ଗପୁର,୨୬/୦୫/୨୦୨୬, ଅଶୋକ ସାହୁ,ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂଘର ନିର୍ବାଚନ ଶେଷ ହେବା ପରେ ନୂତନ କର୍ମ କର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ।ବାର ରୁମ ପରିସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ବାର କାଉନସିଲ ସଦସ୍ୟ ପି ରମେଶ ପାତ୍ର ଯୋଗ ଦେଇଥିଲେ ନିର୍ବାଚନ ଅଧିକାରୀ ସରୋଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଭାପତି ସନ୍ତୋଷ ମିଶ୍ର,ଉପ ସଭାପତି ସ୍ନେହଲତା ଦେବୀ,ସଂପାଦକ ତପନ କୁମାର ସିଂ,ଯୁଗ୍ମ ସଂପାଦିକା ସ୍ବାଗତିକା ସାମନ୍ତରାୟ,କୋଷାଧ୍ୟକ୍ଷ ଶେଖ ବାବା ଆଲିଶା,କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ, ବାଲାଜୀ ମିଶ୍ର ଓ ଗୋପାଳ ଶତପଥୀ ସହକାରୀ ନିର୍ବାଚନ ଅଧିକାରୀ କିଶୋର ପଟ୍ଟନାୟକ ଏବଂ ପ୍ରଦୀପ ସାହୁ ମଞ୍ଚାସୀନ ହୋଇଥିଲେ।ପ୍ରଥମେ ଶ୍ରୀ ବେହେରା ନିର୍ବାଚିତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ ।ଏହି ଅବସରରେ ସଂଘର ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଦର,ସମରେଶ ଗନ୍ତାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନ ସୁପରିଚାଳନା କରିଥିବାରୁ ନିର୍ବାଚନ ଅଧିକାରୀ ଓ ସହଯୋଗୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ନୂତନ ସଭାପତି ସନ୍ତୋଷ ମିଶ୍ର ଦାୟିତ୍ବ ଗ୍ରହଣ ପରେ ନବରଙ୍ଗପୁର ଓଳିଲ ସଂଘ ସ୍ୱଚ୍ଛତା ଓ ଦଳଗତ କାର୍ଯ୍ୟ କୁ ପ୍ରାଧାନ୍ୟ ଦେବେ ବୋଲି କହଥିଲେ।ଏହା ସହ ବରିଷ୍ଠ ଠାରୁ ସର୍ବ କନିଷ୍ଠ ଆଇନଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ,ତେଣୁ ସମସ୍ତଙ୍କୁ ସାଥୀରେ ନେଇ ସେ ସଂଘର ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ,ଲକ୍ଷ୍ମୀ କାନ୍ତ ମିଶ୍ର, ଶଶିଗିରି ରାଓ,ପ୍ରସନ୍ନ ପଟ୍ଟନାୟକ, ଦେବୀ ପ୍ରସାଦ ସିଂ,ମାନସ ତ୍ରିପାଠୀ,ମୁନା ମାଝୀ,ସତୀଶ ନାୟକ,ଗୋପାଳ ନାୟକ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଶ୍ରୀନିବାସ ପାତ୍ର,ସଞ୍ଜିବ ଭକ୍ତ,ହୃଷିକେଶ ମଲ୍ଲିଜ,ମୀନାକ୍ଷୀ ପାଢି,ସନ୍ଦିପ ମିଶ୍ର,ସଞ୍ଜୟ ସୁନା, ସୀମାଞ୍ଚଳ ପାତ୍ର,ରାକ୍ଷୀ ଜୈନ,ପଙ୍କଜିନୀ ତ୍ରିପାଠୀ,କିଶୋର ନାଗ,ବଳରାମ ବେହେରା,ବିଧୁ ଶେଖର ତ୍ରିପାଠୀ ଓ ଗିରିଧର ଖୁରା ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ।ଶେଷରେ ଆଇନଜୀବୀ ଇମ୍ରାନ ସରିଫ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ।
- Hits: 33







