ହେଡଲାଇନସ୍:

ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ଵର, ତା- ୨୬.୦୫.୨୦୨୬: ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଚିତ୍ତେଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସଭା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର.ଡି.ସି, ବାହାନଗା ସହଯୋଗରେ ଗ୍ରାମ୍ୟ ସ୍ବେଛାସେବୀଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି | ଆର.ଡି.ସି, ବାହାନଗା ଓ ବାହାନଗା ପଞ୍ଚାଯତ ସମିତିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ଏହି ଶିବିର ଜିଲ୍ଲା ଜରୁରିକାଳୀନ ବିଭାଗ ଦ୍ବାରା ଆୟୋଜିତ ହେଉଛି। ଏହି ଶିବିରରେ ବାହାନଗା ବ୍ଳକର ଚିତ୍ତେଇ ପଞ୍ଚାୟତର ୫ଟି ଗାଁର ୪୦ ଜଣ ସ୍ଵେଚ୍ଛାସେବୀ ତାଲିମ ନେଉଛନ୍ତି। ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଇଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ, ଆର.ଡି.ସି, ବାହାନଗା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଓ ଉପ ସଭାପତି ଉପସ୍ଥିତ ଥିଲେ ।
ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ ଯୋଗଦେଇ ଶିବିରାର୍ଥୀଙ୍କ ଉଦ୍ଦେଶ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ସ୍ଲୋଗାନ ଆଧାରରେ ସରକାର ଏବେ ଗ୍ରାମାଞ୍ଚଳର ସ୍ୱେଚ୍ଛାସେବୀ ଚିହ୍ନଟ କରି ତାଲିମ ଦେବା ସହ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି କରି ତାହାର କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେବା ସହ ଏହା ଗ୍ରାମ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଉପସ୍ଥିତ ଅଧିକାରା ମତବ୍ୟକ୍ତ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରିୟ ରଞ୍ଜନ ରାଉତ, ବୁବୁନ ମହାନ୍ତି ଓ ମାଧବୀଲତା ସେନାପତି ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟର ସମ୍ଭାବନାକୁ ଆଖି ଆଗରେ ରଖି ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଉପଚାର ବିଷୟରେ କୌଣଳ ମାନ ଶିକ୍ଷାଦାନ କରୁଛନ୍ତି । ଶିବିର ଆସନ୍ତା ୦୧ ଜୁନ ତାରିଖ ଯାଏ ଚାଲିବ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସରସ୍ୱତୀ ଜେନା ପରିଚାଳନା କରୁଛନ୍ତି ।

0
0
0
s2sdefault