ହେଡଲାଇନସ୍:

ମାଓବାଦୀଙ୍କ ଗଚ୍ଛିତ ବିପୁଳ ସାମଗ୍ରୀ ଜବତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୨୬/୦୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ କ୍ରମାଗତ ଭାବେ ସଫଳତା ମିଳିବାରେ ଲାଗିଛି । ଗତ ୧୭ ତାରିଖରୁ ସୁକମା ଜିଲ୍ଲାରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲ ଅଞ୍ଚଳରୁ ନକ୍ସଲମାନଙ୍କ ଲୁଚାଇ ରଖାଯାଇଥିବା ଆଶ୍ରୟସ୍ଥଳ ଓ ଡମ୍ପ ଉଦ୍ଧାର କରାଯାଇଛି। ଅପରେସନ ସମୟରେ ବାହିନୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ୱାୟାରଲେସ୍ ସେଟ୍ ଓ ନିତ୍ୟ ବ୍ୟବହାର ସାମଗ୍ରୀ ଜବତ କରିଛି। ପୂର୍ବରୁ ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କ ଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା । ଏହି କ୍ରମରେ ଆଜି ମଧ୍ଯ ଚିନ୍ତାଗୁଫା ଅଞ୍ଚଳରେ
୨୦୧ କୋବ୍ରା ଓ ୧୩୧ ସିଆରପିଏଫ ବାଟାଲିୟନ ପକ୍ଷରୁ ବିଶେଷ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରୁ ଏକ ଲାପଟପ୍, ୱାକୀ ଓ ୱାୟାରଲେସ୍ ସେଟ୍, ବୋମା, ନକ୍ସଲ ପତାକା, ବ୍ୟାଟେରୀ, ଅସ୍ତ୍ରଶସ୍ତ୍ର ସହ ଓ ନକ୍ସଲ ସାହିତ୍ୟ ଜବତ କରାଯାଇଛି | ସୁକମା ଏସପି କିରଣ ଚୌହାନ କହିଛନ୍ତି ଯେ, ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କଠାରୁ ମିଳୁଥିବା ସୂଚନା ଆଧାର ଅପରେସନ ଜାରି ରହିଛି। ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ର ଓ ବିସ୍ଫୋରକ ଉଦ୍ଧାର କରାଯାଉଥ‌ିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।

0
0
0
s2sdefault