-
• ଆମେରିକୀୟ ବ୍ୟୁରୋ ଅଫ ସିପ୍ପିଂ (ଏବିଏସ୍) ଦ୍ୱାରା ସ୍ଵୀକୃତିପ୍ରାପ୍ତ, ମଜବୁତ ପରିମାପ ସହିତ ଅଫଶୋର ଅନୁପ୍ରୟୋଗ ପାଇଁ କଠୋର ଅନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ
-
• ଉଚ୍ଚ-ପ୍ରଦର୍ଶିତ, ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଅନୁପ୍ରୟୋଗରେ କମ୍ପାନୀର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତା ପ୍ରଦର୍ଶନ
-
• ସ୍ୱଦେଶୀ ଉତ୍ପାଦନ ସହାୟତାରେ ଆମଦାନୀ ହ୍ରାସ କରି 'ଆତ୍ମନିର୍ଭର ଭାରତ' ଅଭିଯାନରେ ଯୋଗଦାନ
ଭୁବନେଶ୍ୱର,୨୬/୦୫/୨୦୨୬: ଆମେରିକୀୟ ବ୍ୟୁରୋ ଅଫ ସିପ୍ପିଂ (ଏବିଏସ୍) ଦ୍ୱାରା ସ୍ଵୀକୃତିପ୍ରାପ୍ତ ତଥା ସାମୁଦ୍ରିକ ଇଞ୍ଜିନିୟରିଂ ପ୍ରକଳ୍ପରେ ବ୍ୟବହୃତ ସର୍ବାଧିକ ଶକ୍ତିସମ୍ପନ୍ନ ୱେଲ୍ଡିଂ ପାଇପ୍ (ଇକ୍ୟୁ୭୦ଗ୍ରେଡ୍) ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ଇସ୍ପାତ କମ୍ପାନୀ ଭାବେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ଏହାର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତାର ପ୍ରଦର୍ଶନ କରିଛି। ଏବିଏସ୍ ହେଉଛି ଏକ ଅଗ୍ରଣୀ ସାମୁଦ୍ରିକ ବର୍ଗୀକରଣ ସଂସ୍ଥା, ଯାହା ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ସହିତ ଦୃଢ଼ତାର ପରିମାପର ସ୍ଵତନ୍ତ୍ର ଭାବେ ଅନୁପାଳନର ବୈଧତା ପ୍ରଦାନ କରିଥାଏ ।
ଅଫଶୋର ଇଞ୍ଜିନିୟରିଂରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବା ସହିତ, ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ଏହି ପ୍ରୟାସ 'ଆତ୍ମନିର୍ଭର ଭାରତ' ଏବଂ 'ବିକଶିତ ଭାରତ' ପଦକ୍ଷେପକୁ ଦୃଢ଼ ସମର୍ଥନ କରୁଛି। ଏହା ଦ୍ଵାରା ଦେଶରେ ସର୍ବାଧିକ ଶକ୍ତିସମ୍ପନ୍ନ ୱେଲ୍ଡିଂ ପାଇପ୍ ଉପଲବ୍ଧ ହୋଇପାରିବ। ଏହି ପାଇପ୍, ତେଲ ଏବଂ ଗ୍ୟାସ୍ ପ୍ଲାଟଫର୍ମ, ଅଫଶୋର ୱିନ୍ଡ ସ୍ଟ୍ରକଚର ଏବଂ ଗଭୀର ଜଳ ପାଇପ୍ଲାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଇଁ ୟୁରୋପରୁ ଆମଦାନି ହେଉଥିବା ସିମଲେସ୍ ପାଇପ୍ ବଦଳରେ ବ୍ୟବହାର କରାଯାଇପାରିବ। ଏହି ଉଚ୍ଚ କ୍ଷମତାସମ୍ପନ୍ନ ୱେଲ୍ଡିଂ ପାଇପ୍ ସହିତ, ଭାରତର ଅଫଶୋର ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ଗ୍ରାହକମାନଙ୍କୁ ବର୍ଦ୍ଧିତ ଯୋଗାଣ ସୁରକ୍ଷା, କମ ସମୟ ଏବଂ କମ ଖର୍ଚ୍ଚ ସହିତ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରତିଦ୍ଵନ୍ଦିତାର ଲାଭ ମିଳିବ ।
କମ୍ପାନୀର ଏହି ନୂତନ ପଦକ୍ଷେପ ଇସ୍ପାତ ନିର୍ମାଣ ନବସୃଜନ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରୁଛି, ଯାହା ଏହାର ମୂଳ କମ୍ପାନୀ ଆର୍ସଲରମିତ୍ତଲ ଏବଂ ନିପ୍ପନ୍ ଷ୍ଟିଲର ଦୃଢ଼ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞତା, ଗବେଷଣା ଏବଂ ବିକାଶ କ୍ଷମତା ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ପଦକ୍ଷେପ ଦ୍ୱାରା ପ୍ରୋତ୍ସାହିତ। କମ୍ପାନୀର ବ୍ରାଣ୍ଡ ପ୍ରତିଶ୍ରୁତି - 'ସ୍ମାର୍ଟର ଷ୍ଟିଲ୍ସ, ବ୍ରାଇଟର ଫ୍ୟୁଚର୍ସ' ସହିତ ସମନ୍ୱୟ ରକ୍ଷା କରି ଏହି ଉପଲବ୍ଧି ଉଚ୍ଚ ବିଶେଷଜ୍ଞ ଏବଂ ନିୟନ୍ତ୍ରିତ ବିଶ୍ୱ ଅନୁପ୍ରୟୋଗଗୁଡ଼ିକୁ ପୂରଣ କରିବା ସହିତ ଏକ ନମନୀୟ ଘରୋଇ ଇସ୍ପାତ ଉପଯୋଗୀ ବାତାବରଣ ନିର୍ମାଣରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ଭୂମିକାକୁ ଗୁରୁତ୍ୱାରୋପ କରୁଛି।
ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ ଦେଶର ଏକ ଅଗ୍ରଣୀ ତୈଳ ଏବଂ ଗ୍ୟାସ୍ ଉତ୍ପାଦକକୁ ଏହାମଧ୍ୟରେ ପ୍ରଚୁର ପରିମାଣର ଏହି ୱେଲ୍ଡିଂ ପାଇପ୍ ଯୋଗାଇସାରିଛି।
ଇକ୍ୟୁ୭୦ ଗ୍ରେଡ୍ ୱେଲ୍ଡିଂ ପାଇପ୍, ଜ୍ୟାକ୍-ଅପ୍ ରିଗ୍ ଏବଂ ଡିପ୍ ୱାଟର ପାଇପଲାଇନରେ ଲେଗ୍ ବ୍ରେସିଂ ଭଳି ଅଫଶୋର ପ୍ରୟୋଗଗୁଡ଼ିକର ଚାହିଦା ମଧ୍ୟ ପୂରଣ କରୁଛି। ଏହାର ଉଚ୍ଚମାନର ଦୃଢ଼ତା ଯୋଗୁଁ ଢାଞ୍ଚାଗତ ଦୃଢ଼ତା ସହିତ ସାଲିସ ନ କରି ପତଳା, ହାଲୁକା ପାଇପ୍ ନିର୍ମାଣ କରାଯାଇପାରିବ। ଅନ୍ୟପକ୍ଷରେ ଏହାର ଉନ୍ନତ ୱେଲ୍ଡିଂ କ୍ଷମତା ଏବଂ କ୍ଷରଣ ପ୍ରତିରୋଧକ କ୍ଷମତା କଠୋର ସାମୁଦ୍ରିକ ପରିବେଶରେ ମଧ୍ୟ ଏହାର ନିର୍ଭରଯୋଗ୍ୟତାକୁ ସୁନିଶ୍ଚିତ କରିବ।
ଗୁଜରାଟର ହାଜିରାଠାରେ ଅବସ୍ଥିତ କମ୍ପାନୀର ପ୍ରମୁଖ ପ୍ଲାଣ୍ଟରେ ସବମର୍ଜଡ୍ ଆର୍କ ୱେଲ୍ଡିଂ (ଏସଏଡବ୍ଲ୍ୟୁ) ବ୍ୟବହାର କରି ଏବିଏସ୍ ଇକ୍ୟୁ୭୦ଗ୍ରେଡ୍ ପ୍ଲେଟ୍ ରୁ ୱେଲ୍ଡିଂ ପାଇପ୍ର ସଫଳ ନିର୍ମାଣ କରାଯାଇଛି। ଏହା ଗୁରୁତ୍ୱପୂର୍ଣ୍ଣ ଅଫଶୋର ପ୍ରକଳ୍ପ ପାଇଁ ସୁରକ୍ଷା, ଦୀର୍ଘସ୍ଥାୟୀତ୍ୱ ଏବଂ ବ୍ୟୟ-ସାପେକ୍ଷ ଉତ୍ପାଦନ ପାଇଁ ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିଛି । ଅତ୍ୟଧିକ-ଉଚ୍ଚ ଶକ୍ତି ସମ୍ପନ୍ନ ୱେଲ୍ଡିଂ ପାଇପ୍ ଉତ୍ପାଦନ କରିବା ବୈଷୟିକ ଦୃଷ୍ଟିକୋଣରୁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ, କାରଣ ଏଥିପାଇଁ ମୁଖ୍ୟ ଧାତୁ ଏବଂ ୱେଲ୍ଡିଂ ସିମ୍ ଉଭୟରେ ସମାନ ଶକ୍ତି ଏବଂ ଦୃଢ଼ତା ବଜାୟ ରଖିବା ଆବଶ୍ୟକ, ଯାହାଦ୍ଵାରା ଅଫଶୋରର ଚରମ ପରିସ୍ଥିତିରେ ଢାଞ୍ଚାଗତ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ଏହି ନବସୃଜନ ଭାରତର ଉତ୍ପାଦନ କ୍ଷମତାକୁ ମୂଲ୍ୟ ଶୃଙ୍ଖଳାରେ ଆହୁରି ଉଚ୍ଚତାକୁ ନେଇଛି ।
ଏବିଏସ୍ ପ୍ରମାଣପତ୍ର ସ୍ୱତନ୍ତ୍ର ଭାବେ ଏହା ପ୍ରମାଣିତ କରୁଛି ଯେ, ୱେଲ୍ଡିଂ ପାଇପ୍ଗୁଡ଼ିକ ସାମୁଦ୍ରିକ ପରିବେଶରେ ସୁରକ୍ଷା, ଦୃଢ଼ତା, ଗଠନମୂଳକ ଅଖଣ୍ଡତା ଏବଂ କାର୍ଯ୍ୟଦକ୍ଷତା ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ପୂରଣ କରିଛି। ଏହି ପ୍ରମାଣପତ୍ରକୁ ଅଫଶୋର ଏବଂ ସାମୁଦ୍ରିକ ପ୍ରକଳ୍ପରେ ସାମିଲ ହେବା ପାଇଁ ଏକ ପ୍ରମୁଖ ସର୍ତ୍ତ ଭାବରେ ଗ୍ରହଣ କରାଯାଉଛି, ଯାହା ଦ୍ଵାରା ଏହି ଉତ୍ପାଦକୁ କଡ଼ା ନିୟମ ଆଧାରିତ ଆନ୍ତର୍ଜାତୀୟ ଅନୁପ୍ରୟୋଗ ପାଇଁ ଚୟନର ପଥ ପରିଷ୍କାର ହୋଇପାରିବ।







