ନବରଙ୍ଗପୁର ତା ୨୬.୫.୨୦୨୬: ଅଶୋକ ସାହୁ,ସ୍ଥାନୀୟ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ର ମାର୍କେଟ ୟାର୍ଡ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡି ର ଶୁଭାରମ୍ବ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି କୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଓ ପଦକ୍ଷେପକୁ ଉଲ୍ଲେଖ କରି ଜିଲ୍ଲାର ସମସ୍ତ ଚାଷୀକୁଳକୁ ପ୍ରଶଂସା କରି ପାରମ୍ପରିକ ଧାନ ସହ ଅନ୍ୟ ଅର୍ଥକାରୀ ଫସଲ ଉପରେ ଗୁରୁତ୍ବ ଦେବାକୁ କହିଥିଲେ।
ମାନ୍ୟବର ବିଧାୟକ ଙ୍କ ସମେତ ଜିଲ୍ଲପାଳ ଡ ମହେଶ୍ବର ସ୍ୱାଇଁ,ଉପ ଜିଲ୍ଲାପାଳ ତଥା ଅଧକ୍ଷ ଆର୍ ଏମ ସି ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ଚାଷୀ ନେତା,ମିଲର୍ସ ସଂଘ କର୍ମକର୍ତ୍ତା,ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ରବି ଧାନ ମଣ୍ଡି ର ଶୁଭାରମ୍ଭ କରିଥିଲେ।ମଞ୍ଚରେ ମାନ୍ୟବର ବିଧାୟକ, ଚାଷୀ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ଝାଡେଶ୍ୱର୍ ଖାଡ଼ଙ୍ଗା,ସି ଏସ ଓ ଦେବାଶିଷ ମହାନ୍ତି,ଡି ଆର୍ ସି ଏସ ଶରତ ଚନ୍ଦ୍ର ପାଣିଗ୍ରାହୀ, ମିଲର୍ସ ସଂଘ ସଭାପତି କାହ୍ନୁ ଚରଣ ଦାସ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଆର୍ ସି ଏସ ଶିବ ଚରଣ ପ୍ରଧାନ,ଚାଷୀ ତଥା ଆର୍ ଏମ ସି ସଭ୍ୟ ରାଜେନ୍ଦ୍ର ତ୍ରିପାଠୀ ଏବଂ ସରୋଜ ପାତ୍ର ଉପସ୍ଥିତ ଥିଲେ।
ଜିଲ୍ଲାରେ ୨୦୨୫-୨୬ ବର୍ଷ ପାଇଁ ବର୍ତ୍ତମାନ ୨୨୨୧ ଜଣ ଚାଷୀ ରବି ଧାନ ବିକ୍ରୟ ନିମନ୍ତେ ପଞ୍ଜିକୃତ ହୋଇଛନ୍ତି। ଚଳିତ ରବି ମଣ୍ଡି ପାଇଁ ଚାଷୀ ଙ୍କ ଠାରୁ ୪୧,୮୫୦ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚାଷୀଙ୍କ ପାଇଁ ଏଫ ଏ କ୍ୟୁ ମାନର ଧାନ ପ୍ରତି କ୍ଵିଣ୍ଟାଲ ଦର ୨୩୬୯/- ଟଙ୍କା ଏବଂ ଇନପୁଟ ସହାୟତା ୭୩୧ /- ଟଙ୍କା ରହିଛି। ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ମଣ୍ଡି କାର୍ଯ୍ୟ କରିବ।ନବରଙ୍ଗପୁର, ନନ୍ଦାହାଣ୍ଡି, କୋଷଗୁମୂଡା,ଉମରକୋଟ , ଚନ୍ଦାହାଣ୍ଡି ବ୍ଲକର ୫ ଟି ଲ୍ୟାମ୍ପ ସହ ମୋଟ ୬ ଟି ଧାନ ସଂଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି।ପ୍ରତ୍ୟେକ ଧାନ ସଂଗ୍ରହଣ କେନ୍ଦ୍ର ରେ ଚାଷୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।ଏହି ରବି ମଣ୍ଡି ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ।ସଭାରେ ବିଭିନ୍ନ ବ୍ଲକ ର ଚାଷୀ ,ବିଭାଗୀୟ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଆର୍ ଏମ ସି ସମ୍ପାଦକ କପିଳେନ୍ଦ୍ର ସାସମଲ ସଭା ପରିଚାଲନା କରିଥିଲେ।
ରାଜ୍ୟ
ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ
- Hits: 85







