ଭୁବନେଶ୍ଵର , ୨୫ ମଇ ୨୦୨୬ - ଓଡ଼ିଶା ଡେଭଲପର୍ସ ଫେଡେରେସନ୍ (ଓଡିଫେଡ଼) ଆନୁଷ୍ଠାନିକ ଭାବେ ନୂତନ ପରିଚାଳନା ପରିଷଦ ଘୋଷଣା କରିଛି, ଯାହା ସଂଗଠନ ପାଇଁ ନେତୃତ୍ୱର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି।
ସଦସ୍ୟ ପ୍ରତିନିଧିମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଏହି ନିର୍ବାଚନ ଏକ ସ୍ୱଚ୍ଛ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହୋଇଥିଲା।
ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାମାନେ ହେଉଛନ୍ତି:
• ଉମେଶ ପଟ୍ଟନାୟକ – ସଭାପତି
• ସୂର୍ଯ୍ୟକାନ୍ତ ନନ୍ଦ – ଉପସଭାପତି
• ପାର୍ଥଜିତ ପଟ୍ଟନାୟକ – ଉପସଭାପତି
• ସତ୍ୟଜ୍ୟୋତି ମହାନ୍ତି – ଉପସଭାପତି
• ଶରଦ ବୈଦ – ଉପସଭାପତି
• ଜିତେନ୍ଦ୍ର କୁମାର ପାତ୍ର – ସମ୍ପାଦକ
• ଅମନ ଅଗ୍ରୱାଲ – ଯୁଗ୍ମ ସମ୍ପାଦକ ୧
• ତନ୍ମୟ ପଟେଲ – ଯୁଗ୍ମ ସମ୍ପାଦକ ୨
• ସିଦ୍ଧାର୍ଥ ଶେଖର ମହାପାତ୍ର - କୋଷାଧ୍ୟକ୍ଷ
• ଚନ୍ଦ୍ର ଭୂଷଣ ସିଂ - କାର୍ଯ୍ୟକାରୀ ସଦସ୍ୟ
• ରୋମିଓ କାନ୍ତ ନନ୍ଦ - କାର୍ଯ୍ୟକାରୀ ସଦସ୍ୟ
• ସୁଧୀର ପଟ୍ଟନାୟକ - କାର୍ଯ୍ୟକାରୀ ସଦସ୍ୟ
• କିଶୋର ଅଗ୍ରୱାଲ - କାର୍ଯ୍ୟକାରୀ ସଦସ୍ୟ
• ସତ୍ୟଜିତ ବିଶ୍ୱାଳ - କାର୍ଯ୍ୟକାରୀ ସଦସ୍ୟ
ଓଡ଼ିଶା ଡେଭେଲପର୍ସ ଫେଡେରେସନ (ଓଡିଫେଡ଼) ର ନବନିର୍ବାଚିତ ସଭାପତି ଶ୍ରୀ ଉମେଶ ପଟ୍ଟନାୟକ ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇ କହିଛନ୍ତି, “ଆମ ଉପରେ ରଖାଯାଇଥିବା ବିଶ୍ୱାସ ପାଇଁ ଆମେ କୃତଜ୍ଞ। ଓଡ଼ିଶାର ଡେଭେଲପରମାନଙ୍କର ଏକ ମିଳିତ ସ୍ୱର ଭାବରେ ଓଡିଫେଡ଼ର ଭୂମିକାକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେ ପ୍ରତିବଦ୍ଧ।”
ରାଜ୍ୟରେ ନୀତିଗତ ପ୍ରୋତ୍ସାହନ, ସ୍ୱଚ୍ଛତା, ଉଦ୍ୟୋଗ ସହଭାଗିତା ଏବଂ ସ୍ଥାୟୀ ବିକାଶ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦେବା ଏହି ନୂତନ କର୍ମକର୍ତ୍ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ।
ଓଡ଼ିଶା ଡେଭେଲପର୍ସ ଫେଡେରେସନର ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ନିଜର କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, “ସ୍ୱଚ୍ଛତା ବୃଦ୍ଧି କରିବା, ସଂଶ୍ଳିଷ୍ଟ ପକ୍ଷ (ଷ୍ଟେକହୋଲ୍ଡର) ମାନଙ୍କ ସହଭାଗିତାକୁ ସହଜ ଓ ବ୍ୟବସ୍ଥିତ କରିବା ଏବଂ ଏକ ଅଧିକ ସହଯୋଗୀ ପରିବେଶ ସୃଷ୍ଟି କରିବା ଆମର ପ୍ରାଥମିକତା ହେବ, ଯାହା ସମଗ୍ର ଓଡ଼ିଶାରେ ସ୍ଥାୟୀ ତଥା ଦାୟିତ୍ୱବାନ ବିକାଶକୁ ପ୍ରୋତ୍ସାହିତ କରିବ। ଏହି କ୍ଷେତ୍ରର ସାର୍ଥକ ପ୍ରଗତି ପାଇଁ ଆମେ ସଦସ୍ୟ ଏବଂ ନୀତି ନିର୍ଦ୍ଧାରକମାନଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ଆଶା ରଖିଛୁ।”
ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟଙ୍କୁ ଓଡ଼ଫେଡ୍ ଧନ୍ୟବାଦ ଜଣାଇବା ସହ ଏକ ସଫଳ ଏବଂ ପ୍ରଗତିଶୀଳ କାର୍ଯ୍ୟକାଳର ଆଶା ରଖିଛି।
ରାଜ୍ୟ
ଓଡ଼ିଶା ଡେଭେଲପର୍ସ ଫେଡେରେସନର ନୂତନ କର୍ମକର୍ତ୍ତା ନିର୍ବାଚିତ
- Hits: 16







