ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବା ପାଇଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ମହାରାଷ୍ଟ୍ର ରାଜ୍ୟର ପୁନେ ସହରରେ ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ସମ୍ମିଳନୀ କକ୍ଷରେ ସମ୍ମାନିତ।
ଉକ୍ତ କାର୍ଯ୍ୟକ୍ରମରେ ଗଜପତିର ସମାଜସେବୀ କିଶୋର ଚନ୍ଦ୍ର ଦାସଙ୍କୁ ଉପଢୌକନ ଓ ମାନପତ୍ର ଓ ମୁମେଣ୍ଟ ପ୍ରଦାନ କରି ସମ୍ମାନିତ କରାଯାଇଛି। ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା , ମୁଖ୍ୟ ଅତିଥି ଅଧ୍ୟକ୍ଷ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଡ଼କ୍ଟର ଆଲୋକ କୁମାର ବୋଷ , ସମ୍ମାନୀୟ ଅତିଥି ଅଧ୍ୟକ୍ଷ ମାନବ ଅଧିକାର ଆସୋସିସନ ଶିବଦାସ ନାରାୟଣ ମହାଜନ ଓ ବରିଷ୍ଠ ଅତିଥି ବିଜୟ ଜ୍ଞାନେଶ୍ୱର ଚହ୍ୱାନ ଉପସ୍ଥିତ ହୋଇଥିଲେ। ମୁଖ୍ୟ ଅତିଥି ଡ଼କ୍ଟର ଆଲୋକ କୁମାର ବୋଷ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଡ଼କ୍ଟର ବୋଷ ସମାଜସେଵୀ ମାନଙ୍କ ଭୂମିକା , ଦାୟିତ୍ଵ ବୋଧ ଏବଂ ସମାଜସେବୀର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସମାଜସେବୀ ମାନଙ୍କ ସ୍ୱାଧୀନତା , ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋଚନା ରଖିଥିଲେ।
ଡ଼କ୍ଟର ଅନୁ କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେଵୀ ମାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା କହିଛନ୍ତି ଗଜପତିର କିଶୋର ଚନ୍ଦ୍ର ଦାସ , ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାର ସହଯୋଗ କରି ଏହି ମହାନ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଉଅଛି। କିଶୋର ଚନ୍ଦ୍ର ଦାସଙ୍କୁ ସାମାଜିକ ସେବା ପାଇଁ ସମ୍ମାନିତ ହୋଇଥିବାରୁ ଗଜପତି ଜିଲ୍ଲାରେ ବୁଦ୍ଧିଜୀବି ମହଲରେ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି।
ରାଜ୍ୟ
ସମାଜ ସେବା ପାଇଁ ଗଜପତିର କିଶୋର ଚନ୍ଦ୍ର ଦାସଙ୍କୁ ସମ୍ମାନିତ
- Hits: 20







