ହେଡଲାଇନସ୍:

ଦଳରୁ ସମସ୍ତ ସୁବିଧା ନେଇ ନିଜ ସ୍ୱାର୍ଥ ପାଇଁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜେଡି ପାଞ୍ଚ ଥର ଟିକେଟ ଦେବା ସହ ରାଜ୍ୟସଭା ସାଂସଦ କରିଥିଲା

  • ସଂଗଠନରେ ବିଭିନ୍ନ ପଦପଦବୀ ଦେବା ସହ ଓଟିଡିସି ଅଧ୍ୟକ୍ଷ କରିଥିଲେ ନବୀନ ବାବୁ

  • ଦଳ ଅପେକ୍ଷା ବ୍ୟବସାୟିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେପି ମୁହାଁ ହେଉଛନ୍ତି ଦେବାଶିଷ

ଭୁବନେଶ୍ୱର, ୨୫/୦୫/୨୦୨୬: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି ।
ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି ।
ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

0
0
0
s2sdefault