ହେଡଲାଇନସ୍:

ରାଇଘର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୨୫.୦୫.୨୦୨୬: ଅଶୋକ ସାହୁ,ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଉପ ଜିଲ୍ଲାପାଳ ଶରତ ମାଝୀ, ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ଝାଙ୍କର, ଡି ଏମ ଓ ଡ଼ ସୁକାନ୍ତ ଚନ୍ଦ୍ର ଶତପଥୀ, ଉମରକୋଟ ଏସ ଡି ପି ଓ ଶୁଭେନ୍ଦୁ ଶବର,ବି ଡି ଓ ରିତୁ ସିଂ,ତହସିଲଦାର ମନମୋହନ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୨୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଶିବିରରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୦ ଜଣଙ୍କୁ ମଧୁବାବୁ ପେନସନ ସହାୟତା କାର୍ଡ,୧ ଜଣ ଦିଵ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ଏବଂ ଅନ୍ତୋଦୟ ଗୃହ ଯୋଜନାର ୬ ଜଣ ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଗଲା।

0
0
0
s2sdefault