ହେଡଲାଇନସ୍:

ଝାରସୁଗୁଡାର ୭୨ ଜଣ ଯୁବ ଏବଂ ମହିଳା ଉଦ୍ୟୋଗୀ ଏପସିଲନ୍ ଫାଉଣ୍ଡେସନର ଜୀବିକା ବିକାଶ କାର୍ଯ୍ୟକ୍ରମରେ ସ୍ନାତକ ହାସଲ କରିଛନ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏପ୍ରିଲନ ଫାଉଣ୍ଡେସନ, ମ୍ୟାଜିକ ବସ ଇଣ୍ଡିଆ ଫାଉଣ୍ଡେସନ ସହ ଅଂଶୀଦାରିତ୍ବରେ, ଝାରସୁଗୁଡ଼ାର ଡାଇରେକ୍ଟ ଇମ୍ୟାକ୍ଟ ଜୋନ (DIZ) ଗ୍ରାମଗୁଡ଼ିକ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥ‌ିବା ଉଦ‌ଯାପନ କଲା

ଝାରସୁଗୁଡ଼ା/April 28, 2026: ଏପ୍ସିଲନ ଫାଉଣ୍ଡେସନ, ଏପ୍ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ'ର CSR ଶାଖା, ମ୍ୟାଜିକ ବସ ଇଣ୍ଡିଆ ଫାଉଣ୍ଡେସନ ସହ ଅଂଶୀଦାରିତ୍ବରେ ଝାରସୁଗୁଡ଼ାରେ ଏକ ସ୍ନାତକ ଦିବସ ସମାରୋହ ଆୟୋଜନ କଲା, ଯାହା ଏହି ଅଞ୍ଚଳର ଡାଇରେକ୍ଟ ଇମ୍ୟାକ୍ଟ ଜୋନ ଗ୍ରାମଗୁଡ଼ିକରେ ଏହାର ଚଳମାନ ଜୀବିକା ବିକାଶ କାର୍ଯ୍ୟକ୍ରମରେ ଏକ ଗୁରୁତ୍ବପୂର୍ଣ ମାଇଲଫଳକ।

ଏହି ସମାରୋହ 2025-26 ବର୍ଷ ପାଇଁ ଡାଇରେକ୍ଟ ଇମ୍ପାକ୍ଟ ଜୋନ ଗ୍ରାମଗୁଡ଼ିକର 72 ଜଣ ଯୁବ ଅଂଶଗ୍ରହଣକାରୀ ଓ ମହିଳା ହିତାକାରୀଙ୍କ ଦ୍ବାରା ଦକ୍ଷତା ବିକାଶ ତାଲିମ ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ (EDP) ର ସଫଳ ସମ୍ପୂର୍ଣତା ଉଦଯାପନ କଲା I ଏହି କାର୍ଯ୍ୟକ୍ରମ ନିଯୁକ୍ତି ଯୋଗ୍ୟତା ବୃଦ୍ଧି, ମହିଳା ନେତୃତ୍ବାଧୀନ ଉଦ୍ୟୋଗ ସମର୍ଥନ ଓ ସ୍ଥାନୀୟ ସମୁଦାୟ ପାଇଁ ଟେକସଈ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ପ୍ରସ୍ତୁତ।

ଏହି ଅନୁଷ୍ଠାନରେ ଶ୍ରୀ ରାକେଶ ମୋହ‌ନ, ଲୋକେସନ ହେଡ, ଏପ୍ସିଲନ କାର୍ବନ, ଝାରସୁଗୁଡ଼ା ଉପସ୍ଥିତ ଥିଲେ । ଏହା ସହ ବିଶିଷ୍ଟ ଅତିଥି ଭାବେ ଶ୍ରୀ ଗୁଲସନ, ଯୁବ ବୃଭିଜୀବୀ, ଓଡ଼ିଶା ଜୀବିକା ମିଶନ (OLM), ଝାରସୁଗୁଡ଼ା; ଶ୍ରୀ ଦିଗମ୍ବର ଭୋଇ, ଜିଲ୍ଲା ପରିଷଦ ସଦସ୍ୟ, ଶ୍ରୀପୁରା; ଶ୍ରୀ ଅମିତ କୁମାର ସାରାଓଗୀ, ଯୁବ ବୃଭିଜୀବୀ ଅଧିକାରୀ, DEO, ଝାରସୁଗୁଡ଼ା; ଶ୍ରୀମତୀ ମିନତି ପାତ୍ର, ଅବସରପ୍ରାପ୍ତ ଜିଲ୍ଲା ପରିଷଦ ସଦସ୍ୟ; ଏବଂ ଶ୍ରୀ ସରୋଜ କୁମାର କାଲୋ, ଶ୍ରୀପୁର ଉପସ୍ଥିତ ଥିଲେ।

ସମସ୍ତ 72 ଜଣ ଅଂଶଗ୍ରହଣକାରୀଙ୍କୁ ସ୍ନାତକ ସାର୍ଟିଫିକେଟ ପ୍ରଦାନ କରାଗଲା ଏବଂ ମହିଳା ଉଦ୍ୟୋଗୀଙ୍କୁ MSME ପଞ୍ଜୀକରଣ ସାର୍ଟିଫିକେଟ ଦିଆଗଲା, ଯାହା ସେମାନଙ୍କ ଉଦ୍ୟୋଗକୁ ଆନୁଷ୍ଠାନିକ ରୂପ ଦେବା ଦିଗରେ ଏକ ପଦକ୍ଷେପ। ଉଲ୍ଲେଖନୀୟ ପ୍ରଦର୍ଶନକାରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନେକ ସ୍ନାତକ ବ୍ୟକ୍ତିଗତ ଅଭିଜ୍ଞତା ଅଂଶୀଦାର କଲେ, ଯେ କିଭଳି ଏହି କାର୍ଯ୍ୟକ୍ରମ ସଂରଚିତ ତାଲିମ, ପ୍ରଶିକ୍ଷଣ ଓ ବଜାର ଯୋଡ଼ ସମର୍ଥନ ମାଧ୍ୟମରେ ସେମାନଙ୍କୁ ଦକ୍ଷତା ଅର୍ଜନ, ଆତ୍ମବିଶ୍ବାସ ବୃଦ୍ଧି ଓ ଶିକ୍ଷାରୁ ଉପାର୍ଜନ ଦିଗକୁ ଯିବାରେ ସାହାଯ୍ୟ କଲା I

ଶ୍ରୀ ବିକ୍ରମ ହଣ୍ଡା, ମ୍ୟାନେଜିଂ ଡାଇରେକ୍ଟର, ଏପ୍ସିଲନ କାର୍ବନ, କହିଲେ: “ଆଜି ଏକ ଗର୍ବର ମୁହୂର୍ତ, କେବଳ ଏପ୍ସିଲନ ଫାଉଣ୍ଡେସନ ପାଇଁ ନୁହେଁ, ବରଂ ଏହି 72 ଜଣ ବ୍ୟକ୍ତିଙ୍କ ପ୍ରତିନିଧୂତ୍ବ କରୁଥିବା ପରିବାର ଓ ସମୁଦାୟ ପାଇଁ I ଯେଉଁ ମହିଳା ନିଜ ଉଦ୍ୟୋଗ ଆରମ୍ଭ କଲେ, ଯେଉଁ ଯୁବ ଏକ ଦକ୍ଷତା ସହ କର୍ମ ଜଗତରେ ପ୍ରବେଶ କଲେ, ଏହା ପ୍ରମାଣ ଯେ ସଠିକ ସମୟରେ ସଠିକ ସହଯୋଗ ଜୀବନ ବଦଳାଇ ଦେଇ ପାରେ । ଏହି ପ୍ରଭାବ ସୃଷ୍ଟି ପ୍ରତି ଆମେ ଦୃଢ଼ ଭାବେ ପ୍ରତିଶ୍ରୁତିବଦ୍ଧ।"

ଶ୍ରୀ ଦିଗମ୍ବର ଭୋଇ, ଜିଲ୍ଲା ପରିଷଦ ସଦସ୍ୟ, ଶ୍ରୀପୁର, କହିଲେ: “ଏହି କାର୍ଯ୍ୟକ୍ରମଗୁଡ଼ିକ ଆମ ଗ୍ରାମର ଲୋକଙ୍କ ଭବିଷ୍ୟତ ଚିନ୍ତା ବଦଳାଇ ଦେଉଛି। ଯେଉଁ ଯୁବ ଓ ମହିଳାଙ୍କ ପାଖରେ ଆଗକୁ ଯିବାର କୌଣସି ସ୍ପଷ୍ଟ ରାସ୍ତା ନ ଥିଲା, ସେମାନଙ୍କ ପାଖରେ ଏବେ ଦକ୍ଷତା, ସାର୍ଟିଫିକେଟ ଓ ଆଗ ବଢ଼ିବାର ଆତ୍ମବିଶ୍ବାସ ଅଛି। ଶ୍ରୀପୁରା ଓ ଆଖ ପାଖ ଗ୍ରାମ ପ୍ରତି ଏପ୍ସିଲନ ଫାଉଣ୍ଡେସନ ଓ Magic Bus ର ପ୍ରତିଶ୍ରୁତି ପ୍ରତି ଆମେ କୃତଜ୍ଞ।"

ଏପ୍ସିଲନ ଫାଉଣ୍ଡେସନ ଝାରସୁଗୁଡ଼ାର ସମୁଦାୟ ପାଇଁ ଅର୍ଥପୂର୍ଣ ଜୀବିକା ରାସ୍ତା ତିଆରି, ମହିଳା ଉଦ୍ୟୋଗ, ଦକ୍ଷତା ବିକାଶ ଓ ଗ୍ରାମ ଜୁଡ଼ା ଦୀର୍ଘମିଆଦୀ ସାମାଜିକ ଅର୍ଥନୈତିକ ପ୍ରଗତି ପ୍ରତି ଅଟଳ ଭାବେ ପ୍ରତିଶ୍‌ରୁତିବଦ୍ଧ।

0
0
0
s2sdefault