ହେଡଲାଇନସ୍:

ପୋଷଣ ପକ୍ଷ ପାଳନ : ପ୍ରଦର୍ଶିତ ହେଲା ବିଭିନ୍ନ ପ୍ରକାରର ଖାଦ୍ୟ ସହିତ ଓ ତଟକା ପନିପରିବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଭଞ୍ଜନଗର ବ୍ଳକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ପଞ୍ଚାୟତ ସମିତି ସଭାଗୃହ ଠାରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ଭାରତୀ ଦେବୀ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା, ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ପ୍ରାକ୍ତନ ବନବିଭାଗ କର୍ମଚାରୀ ଶୁଳପାଣି ସତପଥି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତାରିଣୀ ସାର୍ ଏଥିସହ ସଦନର କର୍ମକର୍ତ୍ତା ପ୍ରତିମା, କାର୍ଯ୍ୟରତ ସମସ୍ତ ଅଞ୍ଚଳ ପରିଚାଳିକା ସମସ୍ତ ଆଶାକର୍ମୀ ଏବଂ କୋଣ ଅନୁକୋଣରୁ ଆସିଥିବା ସମସ୍ତ ମାଆ ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କଲାପରେ ବିଡ଼ିଓ ମ୍ୟାଡ଼ାମ ଭାରତୀଦେବୀ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ କରାଯାଇଥିଲା। ତତ୍ ପରେ ସିଡ଼ିପିଓ ମିଲିମା ପଣ୍ଡା ପୋଷଣ ପକ୍ଷର ଲକ୍ଷ ଏବଂ ଏହାର ଉଦ୍ଦେଶ୍ୟ ଉପରେ ପ୍ରାରମ୍ଭିକ ସମ୍ୟକ୍ ସୁଚନା ପ୍ରଦାନ କରିଥିଲେ। ଭିଡିଓ ଭାରତୀ ଦେବୀ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟ ପିଲା ମାନଙ୍କୁ ଦେବା ପାଇଁ ଉପସ୍ଥିତ ମାଆ ମାନଙ୍କୁ ପ୍ରାଞ୍ଚଳ ଭାବରେ ବୁଝାଇଥିଲେ। ମଞ୍ଚାସିନ ଅଳକା ମହାଶୟା ଶୋଷିତ ଶିଶୁ ର ସୁରକ୍ଷା ଓ ତତ୍ ସମ୍ବନ୍ଧୀୟ ଆଇନ ର ନୀୟମ ଉପରେ କହିବାସହିତ,ଏବିଓ ମହାଶୟ ପ୍ରତ୍ୟେକ ମାଆ ପୋଷଣ ଯୁକ୍ତ ଖାଦ୍ୟ କଣ ତାହା ଜାଣିବା ଏବଂ ସେହି ଖାଦ୍ୟ କୁ ଛୁଆ ମାନଙ୍କୁ ଦେବା ପାଇଁ ବକ୍ତବ୍ୟ ରଖିଥିଲେ। ପ୍ରାକ୍ତନ ବନ ବିଭାଗ ର ସତପଥି ମହାଶୟ ସମସ୍ତ ଉପସ୍ଥିତ ମାଆ ମାନଙ୍କୁ ନିଜର ଗିତ ଓ କବିତା ମାଧ୍ୟମରେ ମାଆ ମାନଙ୍କୁ ପୋଷଣ ପକ୍ଷର ଗୁରୁତ୍ୱ ଓ ଆମେ ସମସ୍ତେ ସମୂହ ଉପସ୍ଥିତ ହୋଇ ସମସ୍ତ କଥା କିପରି ଜାଣିପାରିବା ସେ ବିଷୟରେ ଆଲୋଚନା କରିଥିଲେ। ସିଡ଼ିପିଓ ମହାଶୟା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ଆମର ଗେହ୍ଲା ଝିଅ କାର୍ଯ୍ୟକ୍ରମ , ଅନ୍ନ ପ୍ରଶନ୍ନ କାର୍ଯ୍ୟକ୍ରମ ରେ ନିଜେ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ବନାଇ ଶିଶୁ ଙ୍କୁ ଦେବା ବାହାର ଖାଦ୍ୟ ନଦେବା, ଗର୍ଭସ୍ଥ ଭୃଣର ସୁରକ୍ଷା ନିମନ୍ତେ ଗୋଦଭରାଇ କାର୍ଯ୍ୟକ୍ରମ ମାନ କରାଯାଇଥିଲା। ସୁସ୍ଥ ଓ ସକ୍ରିୟ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ ବିଶେଷ ଓ ଆକର୍ଷଣୀୟ ବିଷୟ ଥିଲା ଅଙ୍ଗନବାଡ଼ି କର୍ମୀ ମାଆ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ଆଣିଥିବା ବିଭିନ୍ନ ପ୍ରକାରର ପୋଷକ ଯୁକ୍ତ ଖାଦ୍ୟ ସାମଗ୍ରୀ କୁ ଅତିଥି ମାନେ ପରିଦର୍ଶନ କରି ନିଜେ ମଧ୍ୟ ତାର ସ୍ଵାଦ ଓ ଗୁଣକୁ ପରଖିଥିଲେ। ସୁସ୍ଥ ଶରୀର ନିମନ୍ତେ ପ୍ରକୃତ ରେ ପୋଷକ ଯୁକ୍ତ ଖାଦ୍ୟ ଓ ନିଜେ ପ୍ରସ୍ତୁତ ହାତତିଆରି ଖାଦ୍ୟର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଯାହାର ପୂର୍ଣ୍ଣ ନମୁନା ଏଠାରେ ପ୍ରଦର୍ଶନ କରାଯାଇଥିଲା।

0
0
0
s2sdefault