ହେଡଲାଇନସ୍:

ଆଞ୍ଚଳିକ କୃଷକ ମଞ୍ଚ ପକ୍ଷରୁ ରାସ୍ତାରୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ।

ନୀଳଗିରି,ତା,୩୦/୦୩- ଆସନ୍ତା ଏପ୍ରିଲ ୧୫ ତାରିଖ ମଧ୍ୟରେ ରାସ୍ତା କାମ ଆରମ୍ଭ ର ପ୍ରତିଶୃତି ପାଇ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।ସୂଚନା ରୁ ଜଣାଯାଇଛି, ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ବାଉଁଶବଣିଆ ଛକ ରେ ଆଞ୍ଚଳିକ କୃଷକ ମଞ୍ଚ ପକ୍ଷରୁ ସକାଳ ୯ ଘଟିକା ଠାରୁ ବିଭିନ୍ନ ଦାବୀ ନେଇ ରାସ୍ତାରୋକ ବିକ୍ଷୋଭ ଆୟୋଜିତ ହୋଇଥିଲା।ମଞ୍ଚ ର ସଭାପତି ରାମଚନ୍ଦ୍ର ବେହେରା, ଉପ ସଭାପତି ଉମାକାନ୍ତ ମଳିକ, ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ସଦସ୍ୟ ନିରଞ୍ଜନ ବାରିକ, ସମ୍ପାଦକ ନିହାର ରଞ୍ଜନ ଜେନା, ବିଜୟ କୁମାର ସ, ଅବସର ପ୍ରାପ୍ତ ଶିକ୍ଷକ ରବିନାରାୟଣ ଜେନା, ହରେକୃଷ୍ଣ ପଣ୍ଡିତ, ଅନିରୁଦ୍ଧ ବେହେରା, ପ୍ରଭାକର ମହାପାତ୍ର, ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଗଙ୍ଗାଧର ସାମଲ ପ୍ରମୁଖ ଉପସ୍ଥିତ ରହି ରାସ୍ତାରୋକ ଜାରି ରଖିଥିବା ବେଳେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ବିକ୍ଷୋଭ ସ୍ଥଳ ରେ ପହଁଞ୍ଚି ଉଦବୋଧନ ଦେବା ସହିତ ଏ ଭଳି ନ୍ୟାର୍ଯ୍ୟ ଦାବି ପାଇଁ ତାଙ୍କର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ମତ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ୧୧. ୩୦ ମିନିଟ ସମୟରେ ରାସ୍ତାରୋକ ସ୍ଥଳ ରେ ପହଁଞ୍ଚି ମଞ୍ଚ ର ନେତୃତ୍ୱ ଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହିତ ଆସନ୍ତା ଏପ୍ରିଲ ମାସ ୧୫ ତାରିଖ ମଧ୍ୟରେ ରାସ୍ତା ର ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାର ନିର୍ଭରଯୋଗ୍ୟ ଦୃଢ ପ୍ରତିଶୃତି ଦେବା ସହିତ ଅନ୍ୟ ଦାବୀ ଗୁଡିକ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ଓ ଧାରଣା ପ୍ରତ୍ୟାହାର ହୋଇଥିଲା । ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ମଞ୍ଚ ନେତୃତ୍ୱ ଙ୍କ ଠାରୁ ସୂଚନା ମିଳିଛି। ଉକ୍ତ ଦାବୀ ପତ୍ରରେ ମୁଖ୍ୟ ୩ ଟି
ଦାବୀ, ଯଥାକ୍ରମେ - ନୀଳଗିରି ବଉଳଗଡିଆ ରାସ୍ତା କୁ ଯୁଦ୍ଧ କାଳୀନ ଭିତ୍ତିରେ ପୁନଃ ନିର୍ମାଣ କରିବା, ଦ୍ୱିତୀୟ ରେ ଜନ ବସତି ରୁ ଇକୋ ସେନସିଟିଭ ଜୋନ ପ୍ରତ୍ୟାହାର କରିବା,ତୃତୀୟ ରେ କୁଳଡିହା ଅଭ୍ୟାୟାରଣ୍ୟ ତଥା ପାହାଡ଼ ର ପାଦ ଦେଶ ରେ ତୁରନ୍ତ ସୋଲାର ଫିକ୍ସିଙ୍ଗ କରି ବନ୍ୟଜନ୍ତୁ କବଳ ରୁ ଧନ ଜୀ ବନ କୁ ରକ୍ଷା ଦେବା ସହିତ ହାତୀ କବଳ ରୁ ଲୋକଙ୍କ ଚାଷ ବାସ ର ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବି ଉଲ୍ଲେଖ କରା ଯାଇଛି।ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତା ର ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ନ ହେଲେ ଆସନ୍ତା ମେ ମାସ ପ୍ରଥମ ସପ୍ତାହ ରେ ପୁଣି ଅନିର୍ଦ୍ଧିଷ୍ଟ କାଳ ନୀଳଗିରି- ବଉଳ ଗଡିଆ ରାସ୍ତା ର ଉଭୟ ପାର୍ଶ୍ୱ ରେ ରାସ୍ତା ରୋକ କରିବାର ଚେତାବନୀ,ପ୍ରଶାସନ କୁ ଆନ୍ଦୋଳନ କାରୀ ନେତୃତ୍ୱ ଦେଇ ଥିବା ଜଣାଯାଇଛି।

0
0
0
s2sdefault