ବସ୍ତା ୩୦/୩:ଗତ ୨୫ ମାର୍ଚ୍ଚରେ ତାଙ୍କୁ ଦଳୀୟ ସଙ୍ଗଠନରେ ସାମିଲ କରାଯାଇଛି।ଏଣୁ ତାଙ୍କର କର୍ମସ୍ଥଳି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସମେତ ବାଲେଶ୍ଵର ଜିଲ୍ଲାର କର୍ମୀ ମାନଙ୍କ ଆନନ୍ଦର ଲହରୀ ଖେଳିଯାଇଛି। ରଘୁବାବୁ ଦଳରେ ମିଶିବା ବାଲେଶ୍ଵର ଜିଲ୍ଲା ସମେତ ସଂସଦୀୟ କ୍ଷେତ୍ରରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି।ରବିବାର ସଂଧ୍ୟାରେ ଘରକୁ ଫେରିବା ପରେ ବସ୍ତା ଅଞ୍ଚଳ ସମେତ ଅମର୍ଦାରୋଡ ସ୍ଥିତ ତାଙ୍କ ବାସଭବନ ରେ ପହଞ୍ଚିବା ପରେ ତାଙ୍କ ବାସଭବନରେ ବହୁ ସମର୍ଥକ ବାଲେଶ୍ଵର ଜିଲ୍ଲା କୋଣ ଅନୁକୋଣରୁ ସମର୍ଥକଙ୍କ ତାଙ୍କ ବାସଭବନରେ ପହଞ୍ଚି ତାନୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇ ଖୁସି ମନାଇ ଥିଲେ।ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅସ୍ଥା ପ୍ରକଟ କରି ଶ୍ରୀ ମହାନ୍ତିଙ୍କୁ ତାଙ୍କ ଦଳରେ ପୁଣି ଥରେ ଦଳରେ ସାମିଲ କରି ବାଲେଶ୍ଵର ଜିଲ୍ଲାର ଦାୟୀତ୍ବ ସହ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ।ଦଳରେ ସାମିଲ କରି ସଙ୍ଗଠନକୁ ସୃଦୃଢ଼ କରିବା ପାଇଁ ଗୁରୁ ଦାୟୀତ୍ବ ତାଙ୍କ ଉପରେ ନ୍ୟସ୍ତ କରିଥିବାରୁ ବାଲେଶ୍ଵର ଜିଲ୍ଲାର ସମସ୍ତ ନେତା ତଥା କର୍ମୀମାନେ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।ବାଲେଶ୍ବର ଜିଲ୍ଲାର ପ୍ରମୁଖ ଅନେକ ନେତା ଓ ଜନସାଧା ରଣ ସୋମବାର ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ରଘୁ ଭାଇ ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବାଦରେ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠି ଥିଲା। ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କର୍ମୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।ତେବେ ରଘୂବାବୁ ସମର୍ଥକଙ୍କୁ ଦେଖି ଅନ୍ୟ ଦଳର ଚିନ୍ତା ବଢ଼ି ଯାଇଥିବା ବେଳେ ପୂର୍ବରୁ ବାଲେଶ୍ଵର ଜିଲ୍ଲା ସଙ୍ଗଠନକୁ ଶ୍ରୀ ମହାନ୍ତି ବିଜୁଜନତା ଦଳକୁ ବିଜେଡି ଗଡ ଭାବେ ଗଢି ତୋଳିଥିଲେ।ଖଣ୍ଡ ବିଖଣ୍ଡ ହୋଇଥିବା ଦଳକୁ ସଙ୍ଗଠିତ କରିବାରେ କେତେଟା ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ରାଜ୍ୟ
ରଘୁଙ୍କ ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା।
- Hits: 6








