ହେଡଲାଇନସ୍:

ରାଜଗାଙ୍ଗପୁର ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ, ସାଇଣ୍ଟିଫିକ୍ ଟିମ୍ ସହ ପୁଲିସର ତଦନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର,୨୯-୦୩-୨୬. ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଅରୁମଲ ପଞ୍ଚାୟତ ଲମଲେଇ ଗାଁର ଗାଢ଼ିପଡ଼ା ବସ୍ତି ନିକଟରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଲମଲୋଇ ମଝିପଡ଼ା ଅଞ୍ଚଳର ମନୋଜ ମାଝୀ (୩୨) । ମନୋଜଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଓ ପରିବାର ପକ୍ଷରୁ ସନ୍ଦେହ କରାଯାଉଛି। ପୁଲିସ୍ ଏନେଇ ତଦନ୍ତ ଜାରି ରଖୁଛି। ରବିବାର ସକଳେ ପାହାଡ଼ ତଳେ ଥିବା ଗାଢ଼ିପଡ଼ା ନିକଟସ୍ଥ ଜଙ୍ଗଲର ଏକ ଚାକୁଣ୍ଡା ଗଛରେ ଏକ ମୃତଦେହ ଝୁଲୁଥୁବା ବସ୍ତିବାସୀ ଦେଖୁଥିଲେ । ପରବର୍ତ୍ତୀ ସମୟରେ ମୃତକଙ୍କୁ ଚିହ୍ନଟ

କରି ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ପ୍ରାୟ ୨୦ ଫୁଟ୍ ଉଚ୍ଚ ଗଛ ଡାଳରେ ଯୁବକ ଜଣକ ବେକରେ ଏକ ଲୁଙ୍ଗି ସାହାଯ୍ୟରେ ଝୁଲୁଥିଲେ। ଯୁବକଙ୍କ ହାତ ଦୁଇଟି ପିନ୍ଧି ଥିବା ଟି-ସାର୍ଟରେ ବନ୍ଧା ହୋଇଥିଲା। ଗଛ କରୋଡ଼ରେ ଏକ ଭଙ୍ଗା ମଦ ବୋତଲ ଏବଂ ଏହାର କିଛି ଭଙ୍ଗା ଅଂଶ ଗଛ ତଳେ ପଡ଼ିଥିବା ଦେଖ‌ିବାକୁ ମିଳିଥିଲା। ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ, ଅତିରିକ୍ତ ଥାନା ଅଧିକାରୀ ଅନୀଲ କୁମାର ସାମଲ, ଏଏସ୍‌ଆଇ

ପ୍ରଶାନ୍ତ ସେନାପତି, ହେମନ୍ତ ଧାରୁଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଯୁବକଙ୍କ ମୃତଦେହ ଗଛରୁ ଉଦ୍ଧାର କରାଯାଇଥିଲା। ପୁଲିସ ରାଉରକେଲା ସାଇଣ୍ଟିଫିକ ଟିମ୍ ଓ ସୁନ୍ଦରଗଡ଼ ଡଗ ସ୍କୃଡ ସହ ଯଞ୍ଚ କରିଛି। ଏନେଇ ମୃତକ ଭଉଣୀ ରାଜଗାଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମନୋଜ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଶନିବାର ମଧ୍ୟ ରାତିରେ ମନୋଜ ଶୌଚ ପାଇଁ ଉଠିଥିଲେ। ସକାଳକୁ ଜଙ୍ଗଲର ଏକ ଗଛରେ ତାଙ୍କର ମୃତଦେହ ଝୁଲୁଥିବା ପରିବାର ଲୋକେ ଖବର ପାଇଥିଲେ। ପାରିପାର୍ଶିକ ପରିସ୍ଥିତିରୁ ଯୁବକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି। ସୋମ‌ବାର ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

0
0
0
s2sdefault