ହେଡଲାଇନସ୍:

ସଙ୍କଟ ମୋଚନ ଆଖଡ଼ା, ଭୀମଚୌକ ସେନା ପକ୍ଷ ରୁ ବାଇକ ଶୋଭାଯାତ୍ରା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା, ୨୫/୩,ଝାରସୁଗୁଡା ସହରସ୍ଥ ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ପକ୍ଷ ରୁ ରାମ ନବମୀ ଉପଲକ୍ଷେ ଏକ ବିରାଟ ବାଇକ ଶୋଭାଯାତ୍ରା ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି |ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ, ଯୁବନେତା ବିଶାଳ ଦାସ ଶୋଭାଯାତ୍ରା ଯୋଗ ଦେଇଥିବା ବେଳେ ଏହା ସରବାହାଲ ଠାରୁ ଆରମ୍ଭ ହୋଇ ବେହେରାମାଲ ଛକ ପର୍ଯ୍ୟନ୍ ଅନୁଷ୍ଠିତ ହୋଇଥିଲା | ଶୋଭାଯାତ୍ରା ଟି ଜୟ ଶ୍ରୀରାମ ନାରା ରେ ପ୍ରକମ୍ପିତ ହେବା ସହ ସହର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା | ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ସହିତ ବହୁ ଅନୁଷ୍ଠାନ ହଜାର ହଜାର ଯୁବକ ଏହି ରାମ ନବମୀ ବାଇକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ରେ ପିଣ୍ଟୁ ପାଢ଼ୀ, ରୁବିନ ପାଣ୍ଡେ, ଶିବାଶିଷ ପଟ୍ଟନାୟକ ଙ୍କ ସହିତ ଯୁବକ ମାନେ ସହଯୋଗ ପ୍ରଦାନ  କରିଥିଲେ |

0
0
0
s2sdefault