ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ସମଲେଇପଦର ଗ୍ରାମରେ ଅବସ୍ଥିତ ପାର୍ବତୀଗିରୀ ବୃଦ୍ଧାଶ୍ରମରେ ଶନିବାର ଏକ ନୂତନ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି ଆମ୍ବୁଲାନ୍ସଟି ଯୋଗାଇ ଦିଆଯାଇଛି।
ଏହି ଅବସରରେ ବିଧାୟକ ଶ୍ରୀ ଗଡ଼ତୀୟା ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ। ଉଦ୍ବୋଧନରେ ସେ କହିଥିଲେ ଯେ, ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ପାଇଁ ସମୟୋଚିତ ଓ ଶୀଘ୍ର ଚିକିତ୍ସା ସୁବିଧା ଅତ୍ୟନ୍ତ ଆବଶ୍ୟକ। ଏହି ଆମ୍ବୁଲାନ୍ସ ଯୋଗାଣ ଦ୍ୱାରା ଆପତ୍କାଳୀନ ସମୟରେ ବୃଦ୍ଧମାନେ ଓ ଆଖପାଖ ଅଂଚଳର ଲୋକମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେବାରେ ସହାୟତା ମିଳିବ ଓ ସ୍ୱାସ୍ଥ୍ୟ ସେବା ପାଇପାରିବେ।ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୃଦ୍ଧାଶ୍ରମ ପକ୍ଷରୁ ସ୍ୱାଗତ ଜଣାଇଥିଲେ। ବୃଦ୍ଧାଶ୍ରମର ଜଳନ୍ଧର ପଟେଲ କହିଥିଲେ ଯେ, ପୂର୍ବରୁ ଆପତ୍କାଳୀନ ସମୟରେ ରୋଗୀଙ୍କୁ ଚିକିତ୍ସାଳୟକୁ ନେବାରେ ଅସୁବିଧା ହେଉଥିଲା, କିନ୍ତୁ ଏବେ ଏହି ଆମ୍ବୁଲାନ୍ସ ଆସିବାରୁ ବଡ଼ ସହାୟତା ମିଳିବ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଅଧିକାରୀ ଡା ସୁଶାନ୍ତ ମେହେର,ଡ଼କ୍ଟର ତହସିଲ ସାହୁ, ସମାଜସେବୀ ପାଣ୍ଡବ ପଧାନ, ଜନାର୍ଦନ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ପାଣ୍ଡବ ସାହୁ, ଜିଲା ସାହୁ, ନରସିଂହ ପୂଝାରୀ, ଶରତ ବିଶି, ମହେଶ ଦେବତା ସହିତ ବୃଦ୍ଧାଶ୍ରମର ସଦସ୍ୟମାନେ, ସ୍ଥାନୀୟ ଜନପ୍ରତିନିଧି ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଜନସାଧାରଣ ବିଧାୟକଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ଏହାକୁ ଏକ ଜନହିତକାରୀ ପଦକ୍ଷେପ ବୋଲି କହିଛନ୍ତି।
ରାଜ୍ୟ
ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ
- Hits: 12








