ନବରଙ୍ଗପୁର ୨୮-୦୩-୨୦୨୬, ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସ୍ଥିତ ଏ.ଜୀ.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆଜି ଶେଷ ହୋଇଛି l ପ୍ରଥମେ ଏହି ପ୍ରଶିକ୍ଷଣ ଶିବିର ରେ ତିରିଶ ଜଣ ସନ୍ତରଣ କାରୀଙ୍କୁ ନେଇ ଗୋଟିଏ ଦଳ ଗଠନ କରାଯାଇଥିଲା l ଏହିପରି ଭାବରେ ଦଶ ଗୋଟି ଦଳ ଗଠନ କରି ତିନିଶହ ସନ୍ତରଣକାରୀଙ୍କୁ କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ ଆବଶ୍ୟକୀୟ ଆନୁସଙ୍ଗିକ ସରଞ୍ଜାମ ପ୍ରଦାନ କରାଯାଇଥିବା ସହିତ ଅଂଶଗ୍ରହଣକାରୀଙ୍କ ଖାଇବା, ରହିବା ଆନୁସଙ୍ଗିକ ମୌଳିକ ସୁବିଧା ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମୟ ସମୟରେ ନିରୀକ୍ଷଣ କରିବା ସକାଶେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ଵଜିତ ଚନ୍ଦ୍ର ବର୍ମନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ସାହିତ କରୁଥିଲେ l ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିଭାଗ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ, ସାମାଜିକ ସୁରକ୍ଷା ବିକଳାଙ୍ଗ ସଶକ୍ତିକରଣ ବିଭାଗର
ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଭାବେ ପରିଦର୍ଶନ କରି ଅଂଶଗ୍ରହଣକାରୀଙ୍କୁ ରାଜ୍ୟ ସରକାରଙ୍କ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ |
ଆଜିର ଶେଷ କାର୍ଯ୍ୟକ୍ରମ ଏବଂ ଦଶମ ଦଳକୁ ସନ୍ତରଣ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ଉମରକୋଟ ମଘବାନ ବାଘ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ମନୋଜ କୁମାର ମେହେର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଉମରକୋଟ ଇଣ୍ଡୋର ଷ୍ଟାଣ୍ଡିୟମର ଦାୟିତ୍ଵ ରେ ଥିବା ଅଧିକାରୀ ଅଶୋକ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଉପ ବିଭାଗୀୟ ଅଧିକାରୀ ତ୍ରିପତି ବାଲାଜୀ ସାହୁ, ଇଂ ଚନ୍ଦନା ମଲ୍ଲିକ, କ୍ରୀଡା ଶିକ୍ଷକ ଏମ୍ ବିଜୟ କୁମାର ସହ ଓଡ୍ରାଫ୍ ଟିମର ଅଧିନାୟକ ମହେଶ୍ଵର କଟ୍ରି ଏବଂ ତାଙ୍କର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏହି ଅବସରରେ କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମର ସମସ୍ତ ସଦସ୍ଯଙ୍କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
ରାଜ୍ୟ
ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ତାଲିମ l
- Hits: 14








