ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ:: ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଅଞ୍ଚଳରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ପ୍ରକାରେ ସେମାନଙ୍କ ନିକଟରୁ ଏକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଜିଲୁଣ୍ଡି ବଡ଼ଦାଣ୍ଡସାହି ଅଞ୍ଚଳରେ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଆତଙ୍କିତ କରି ଦାଦାବଟି ସଂଗ୍ରହ କରିବା ଉଦ୍ଦେଶ୍ୟରେ ତପନ କୁମାର ପ୍ରଧାନ ଓରଫ 'ବାଘା' ଏକ ପିସ୍ତଲ ପ୍ରଦର୍ଶନ କରୁଥିବା ନେଇ ପୋଲିସ ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ଏହାକୁ ଭିତ୍ତି କରି ଭଞ୍ଜନଗର ଥାନା ପୋଲିସ ଚଢ଼ାଉ କରି ଦୁଇଜଣଙ୍କୁ କାବୁ କରିଥିଲା।
ଗିରଫ ଅଭିଯୁକ୍ତ ମାନେ ହେଲେ
୧. ତପନ କୁମାର ପ୍ରଧାନ ଓରଫ ବାଘା (ଗ୍ରାମ: ଜିଲୁଣ୍ଡି)
୨. ସନିଆ ଗୌଡ଼ (ଗ୍ରାମ: ଜିଲୁଣ୍ଡି)
ଜବତ ସାମଗ୍ରୀ:
୦୧ଟି ୭.୬୫ MM ପିସ୍ତଲ
୦୧ଟି ମ୍ୟାଗାଜିନ୍
୦୧ଟି ଜୀବନ୍ତ ଗୁଳି
ଏହି ମାମଲାରେ ଏସ.ଆଇ. ଏଲ୍. ମହାନ୍ତିଙ୍କ ଏତଲା କ୍ରମେ ଭଞ୍ଜନଗର ଥାନା କେସ୍ ନମ୍ବର ୧୮୩/୨୦୨୬, ଧାରା 25(1-B)(a)/25(1)(A) ମାରଣାସ୍ତ୍ର ଆଇନ ର ଧାରାଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗର ଥାନା ଆଇଆଇସି (IIC) ଇନ୍ସପେକ୍ଟର ଜିବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତଦନ୍ତ ଜାରି ରହିଛି।
ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ସର୍ବଦା ସତର୍କ ଅଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ଦାଦାବଟି ପାଇଁ ଆତଙ୍କ ଖେଳାଉଥିବା ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ
- Hits: 224








