ହେଡଲାଇନସ୍:

ବେଙ୍ଗାଳୁରୁ ଠାରେ ମୃତ୍ୟୁ ହୋଇଥିବା ମଞ୍ଜୁଳା ଙ୍କ ମର ଶରୀର ରେଜିଂତାଲ୍ ଗ୍ରାମରେ ପହଞ୍ଚିଲା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗତ ୨୫.୦୨.୨୦୨୬ ତାରିଖ ଦିନ ବେଙ୍ଗାଳୁରୁ ଠାରେ ମୃତ୍ୟୁ ବରଣ କରିଥିବା ଗୁଣୁପୁର ନିକଟ ରେଜିଂତାଲ୍ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଙ୍କ ମର ଶରୀର ଆଜି ୩/୩/୨୦୨୬ ତାରିଖ ଦିନ ଘ. ୨.୩୦ ମି. ସମୟରେ ଆମ୍ବୁଲାନ୍ସ ଦ୍ଵାରା ତାଙ୍କ ଗ୍ରାମରେ ପହଞ୍ଚିଥିଲା । ଉକ୍ତ ମର ଶରୀର ବାଙ୍ଗାଲୋର ରୁ ଆଣିବା ପାଇ ମୃତ ମଞ୍ଜୁଳା ଙ୍କ ବାପା, ମା ଓ ଭାଇ ଙ୍କ ସହ ସେହି ଅଞ୍ଚଳର ସମାଜ ସେବୀ ଇସ୍ମାଇଲ ଶବର ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତିଙ୍କ ନିକଟକୁ ଆସି ଏହି ଦୁଃଖଦ ଘଟଣା ଜଣାଇଥିଲେ, ଏହା ଜାଣିବା ପରେ ଶ୍ରୀ ଗଣପତି ବାଙ୍ଗାଲୋର ସିଟି ପୋଲିସ ଷ୍ଟେସନର ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରାଘବନଙ୍କ ସହ କଥା ହୋଇ ମୃତ ଶରୀରକୁ ଆମ୍ବୁଲାନ୍ସ ଦ୍ଵାରା ପଠେଇବା ପାଇଁ ଅନୁରୋଧ କରିବା ସହ ସ୍ଥାନୀୟ ସବ୍- କଲେକ୍ଟର ଓ ଗୁଣୁପୁର ଥାନା ଅଧିକାରୀ ଙ୍କ ସହ କଥାବାର୍ତ୍ତା ହୋଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସରକାରୀ ସାହାଯ୍ୟ ଦେବା ପାଇଁ ଅନୁରୋଧ କରିଥିଲେ। ଆଜି ଆମ୍ବୁଲାନ୍ସ ପହଞ୍ଚିବା ସମୟର ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ.ଗଣପତି, ଜିଲ୍ଲା ଉପସଭାପତି ଶ୍ରୀନିବାସ ସ୍ୱାଇଁ, ଯୁବ ନେତା ସତ୍ୟ ସୁନ୍ଦର କର ଓ କିରଣ କୁମାର ପାଣଗ୍ରାହୀ ରେଜିଂତାଲ୍ ଗ୍ରାମରେ ଉପସ୍ଥିତ ଥିଲେ ।

0
0
0
s2sdefault