ହେଡଲାଇନସ୍:

ଗୁଦେରପାଲି ଘେଁସାଲି ନଦୀପାଖରେ ଭୟାବହ ସଡ଼କ ଦୁର୍ଘଟଣା: ତିନି ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼: ବରଗଡ଼ ଜିଲ୍ଲାର ଗୁଦେରପାଲି ଅଞ୍ଚଳରେ ଘେଁସାଲି ନଦୀ ନିକଟରେ ଗତ ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ରାତ୍ରି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଥିବା ବୋଲି ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି।ସୂଚନା ଅନୁସାରେ, ପଦ୍ମପୁର ପଟରୁ ବରଗଡ଼ ଆଡ଼କୁ ଯାଉଥିବା ଏକ ବ୍ରିଜା କାର (CG 07 BS 4937) ରାସ୍ତା କଡ଼ରେ ଥିବା ଗୋଟିଏ ଲିମ୍ବ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରରେ ଜଗଦଲପୁର ଥାନା ଅଞ୍ଚଳର ଗୌଉଡମାଲ ଗାଁର ବାସିନ୍ଦା ସରୋଜ ମେହେର ତାଙ୍କ ଦୁଇ ପୁଅଙ୍କ ସହିତ ବାଲିଜୋରି ବଜାରକୁ କପଡ଼ା ବିକ୍ରି ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଗାଡ଼ିଟି ଦ୍ରୁତ ଗତିରେ ଚାଲୁଥିବା ସମୟରେ ଚାଳକ ହଠାତ୍ ଭାରସାମ୍ୟ ହରାଇଦେଇଥିବା ଅନୁମାନ କରାଯାଉଛି। ଫଳରେ ଗାଡ଼ିଟି ରାସ୍ତା କଡ଼କୁ ସରି ଗଛରେ ଭୟଙ୍କର ଭାବେ ଧକ୍କା ଦେଇଥିଲା। ଧକ୍କାର ଶବ୍ଦ ଶୁଣି ଚାରିପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଯାଇ ଆହତମାନଙ୍କୁ ଗାଡ଼ିରୁ ବାହାର କରିଥିଲେ।
ଗାଡ଼ିର ସାମ୍ନା ଅଂଶ ପୂରାପୂରି ଚୁର୍ମାର ହୋଇଯାଇଥିବାରୁ ଆହତମାନଙ୍କୁ ସ୍ଥାନୀୟ ଲୋକେ ବାହାର କରି ସେମାନଙ୍କୁ ବରଗଡ଼ ଖେଦାପାଳି ହସ୍ପିଟାଲକୁ ନେଇଯାଇଥିଲେ, ପରେ ଅବସ୍ଥା ଗୁରୁତର ଥିବାରୁ କିଶୋରୀ ନର୍ସିଂ ହୋମକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ଖବର ପାଇ ମେଲଛାମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ଅମିତ ନାୟକ କହିଛନ୍ତି ଯେ ଦ୍ରୁତ ଗତି ଓ ଅସାବଧାନ ଚାଳନା ଦୁର୍ଘଟଣାର ପ୍ରାଥମିକ କାରଣ ହୋଇପାରେ। ତଥାପି ଅନ୍ୟ କୌଣସି କାରଣ ଜଡିତ ଅଛି କି ନାହିଁ, ସେଥିପାଇଁ ପୋଲିସ ପକ୍ଷରୁ ଆହୁରି ତଦନ୍ତ ଜାରି ରହିଛି।
ଘଟଣା ପରେ ଅଞ୍ଚଳରେ ଚିନ୍ତା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

0
0
0
s2sdefault