ହେଡଲାଇନସ୍:

ବିଦେଶ ଗସ୍ତ ରୁ ଫେରିଥିବା ନୃତ୍ୟ ଶିଳ୍ପୀଙ୍କୁ ଉଚ୍ଛ୍ବସ୍ଵିତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାରଳା ସହର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛାତ୍ରୀ ମାନଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା , ନୃତ୍ତ୍ୟାନୁଷ୍ଟାନ ର କଳାକାର ମାନେ ଦୁବାଇ ଗସ୍ତ କରି ସେଠାକାର ଆଜିୟାଲ ହଲ୍ ଠାରେ ହିନ୍ଦୁସ୍ତାନ୍ ଆର୍ଟ ଏଣ୍ଡ୍ ମ୍ଯୁଜିକ୍ ସୋସାଇଟି ଦ୍ବାରା ସେଠାରେ ଆୟୋଜିତ ୫୬୧ତମ ଆନ୍ତର୍ଜାତିକ ଭାରତୀୟ କଳା ଓ ସଂସ୍କୃତି ପ୍ରତିଯୋଗିତା ଓ ଉତ୍ସବରେ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ଆନ୍ତର୍ଜାତିକ ଓଡ଼ିଶୀ ନୃତ‍୍ୟ ଗୁରୁ ଡ଼. ଗଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଗସ୍ତରେ ଅନୁଷ୍ଠାନର ଶିଷ୍ଯା ବିଷ୍ଣୁପ୍ରିୟା ମଣ୍ଡଳ , ଅନୌଷ୍କା ଅନହିତା ସାହୁ , ତନୀଷା ବେବର୍ତ୍ତା , ଲିସାରାଣୀ ପାଢ଼ୀ ଦଳଗତ ପଲ୍ଲୀ ନୃତ‍୍ୟକୁ ପ୍ରଦର୍ଶନ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ ।
ଏହି ଆନ୍ତର୍ଜାତୀୟ ନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଅନୌଷ୍କା ଅନହିତା ସାହୁ ପ୍ରଥମ ସ୍ଥାନ ଓ ତନୀଷା ବେବର୍ତ୍ତା ଦ୍ବିତୀୟ ସ୍ଥାନ , ବରିଷ୍ଠ ବର୍ଗ ଓଡ଼ିଶୀ ନୃତ‍୍ୟରେ ବିଷ୍ଣୁପ୍ରିୟା ମଣ୍ତଳ ଓ ଅନ୍ବେଷା ରଥ ଦ୍ବିତୀୟ ସ୍ଥାନ , ଲୋକନୃତ‍୍ୟରେ ଲିସାରାଣୀ ପାଢ଼ୀ ପ୍ରଥମ ସ୍ଥାନ ଅଧକାର କରିଥିବାବେଳେ ଏହି ଅନୁଷ୍ଠାନର ନୃତ‍୍ୟ ନିର୍ଦ୍ଦେଶିକା ଗୁରୁ ଡ଼ି.ପ୍ରିୟଙ୍କାଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏଣୁ ଆଜି ଏହି କଳାକାର ମାନଙ୍କୁ ସହରର ବୁଦ୍ଧିଜୀବୀ , କଳପ୍ରେମୀ , ଶିକ୍ଷକ , ଶିକ୍ଷୟତ୍ରୀ , ସର୍ବୋପରି ଜନସାଧାରଣ ଏକାଠି ହୋଇ ବିଦେଶରେ ସଦ୍ୟ ନୃତ୍ୟ ପ୍ରଦର୍ଶନ କରି ଫେରିଥିବା ଶିଳ୍ପୀ ମାନଙ୍କୁ ପୁନଃ ସଂବର୍ଥନା ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ଆଦର୍ଶ ଦାସ ପ୍ରାକ୍ ସୂଚନା ପ୍ରଦାନ କଲା ବେଳେ ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମର ସଭାପତି ଭାବରେ ନିଜର ବକ୍ତବ୍ୟ ରଖିଥିଲେ।
ସମଗ୍ର ଅଭିନନ୍ଦନ ମହୋତ୍ସବକୁ ଆରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ। ବିଦେଶ ଗସ୍ତରୁ ଫେରିଥିବା ସମସ୍ତ ଛାତ୍ରୀ ନିଜ ନିଜର ବିଦେଶ ଅନୁଭୂତି ଅଭିଜ୍ଞତା ସମ୍ପର୍କରେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା , ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଡି.ପ୍ରିୟଙ୍କା , ଗୁରୁ ରଘୁନାଥ ପାତ୍ର , କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରଭୃତି ନିଜ ନିଜର ବକ୍ତବ୍ୟ ମଧ୍ୟମରେ ଶିଶୁ କଳାକାର ମାନଙ୍କୁ ଉତ୍ସାହିତ ଓ ଅଭିନନ୍ଦନ ଜଣାଇଥିଲେ। ଶେଷରେ ଅଧ୍ୟାପିକା ସ୍ମିତା ଗୌଡ ଧନ୍ୟବାଦ ଦେଇଥିଲେ।

0
0
0
s2sdefault