ହେଡଲାଇନସ୍:

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,୬୭ଟି ଅଭିଯୋଗ ପଞ୍ଜିକୃତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ- ଆଜି ଡେରାବିଶ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଅଭିଯୋଗ ଶୁଣାଣିରେ ମୋଟ ୬୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ୧୧ଟି ସାମୁହିକ ହୋଇଥିବା ବେଳେ ୫୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା | ୪ ଟି ଅଭିଯୋଗର ତୁରନ୍ତ ଫଇସଲା ହୋଇଥିଲା | ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )
ନବକ୍ରିଷ୍ଣ ଜେନା ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି ସମେତ ବ୍ଲକର ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ | ଅଭିଯୋଗ ଗୁଡିକର ତୁରନ୍ତ ଫଇସଲ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |ସୂଚନା ଯେ,ଆସନ୍ତା ମାସ ଅର୍ଥାତ ଅକ୍ଟୋବର ମାସର ପ୍ରଥମ ସୋମବାର ୬ ତାରିଖ ଦିନ ମୁନିସିପାଲିଟି ଟାଉନ ହଲ କେନ୍ଦ୍ରାପଡ଼ା, ୧୩ ତାରିଖରେ ଗରଦପୁର ବ୍ଲକ,୨୦ ତାରିଖରେ ରାଜନଗର ବ୍ଲକ ୨୭ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ |

0
0
0
s2sdefault