ହେଡଲାଇନସ୍:

ମାଲକାନଗିରି ଜିଲ୍ଲା ରେ ଆୟୋଜିତ ହେଲା ପ୍ରାଥମିକ ବୃତ୍ତି ପରୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି, ୨୨/୯/୨୫: ଆଜି ମାଲକାନାଗିରି ଜିଲ୍ଲା ରେ ପ୍ରାଥମିକ ବୃତ୍ତି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକ ଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ସମସ୍ତ ୭ ଗୋଟି ବ୍ଲକ ରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ସମସ୍ତ ବ୍ଲକର ୧୫ ଗୋଟି ପରୀକ୍ଷା କେନ୍ଦ୍ର ରେ ପ୍ରାୟ ୩୨୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥିଲେ। ସେହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ଚୟନ କରାଯାଇ ସରକାରୀ ବୃତ୍ତି ପ୍ରଦାନ କରାଯିବ ।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତାର ସହିତ ଆୟୋଜିତ ହୋଇଯାଇଛି ।

0
0
0
s2sdefault