ହେଡଲାଇନସ୍:

ବାଲୁଗାଁ କଲେଜରେ ପୂଜା ସ୍ୱତନ୍ତ୍ର ଶିବିର ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ:(ସେକ କୌସର): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସାତ ଦିନିଆ ପୂଜା ସ୍ୱତନ୍ତ୍ର ଶିବିର ଆଜି ମହାବିଦ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି I କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅୟୋଜିତ ହୋଇଥିବା ଏହି ସ୍ୱତନ୍ତ ଶିବିରକୁ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ,ଇଂରାଜୀ ବିଭାଗ ମୁଖ୍ୟ ଡ଼କ୍ଟର ମୋନାଲିସା ମାନସିଂହ, କାର୍ଯ୍ୟାଳୟ ମୁଖ୍ୟ୍ ସୁଧାକାର ନାୟକ ଯୋଗଦେଇ ଜାତୀୟ ସେବା ଯୋଜନାର ଶୃଙ୍ଖଳା,ଲକ୍ଷ୍ଯ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଯଥାର୍ଥ ମନୋଭାବର ସହ ସେବା କାର୍ଯ୍ୟ କରିବାକୁ ସ୍ବେଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ସ୍ବେଛାସେବୀ ଯସ୍ମିନ ବେଗମ,ପ୍ରଜ୍ଞାସ୍ମିତା ସାହୁ ଓ ମାମାଲି ହାତୀ ସ୍ୱାଗତ ସଂଗୀତ ଗାନ କରିବା ପରେ ଅଧ୍ୟାପିକା ରୀନା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଜାତୀୟ ସେବା ଯୋଜନା ବ୍ୟକ୍ତିତ୍ୱ ବିକାଶ ବଳିଷ୍ଠ ମାଧ୍ୟମ ବୋଲି କହିବା ସହ ଛାତ୍ର ଛାତ୍ରୀଙ୍କର ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଶିବିରାର୍ଥୀ ବିଜୟଲଷ୍ମୀ ପଣ୍ଡା,ଭବିଷ୍ୟ କୁମାର ପ୍ରଧାନ, ପ୍ରଜ୍ଞାସ୍ମିତା ସାହୁ ସ୍ୱକୀୟ ସେବା ଅନୁଭୂତି ଉପସ୍ଥାପନ କରିଥିଲେ l ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜସ୍ମିନ ବେଗମ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault