ଭୁବନେଶ୍ୱର : ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଭାରତୀୟ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ (ARDSI) ର ଭୁବନେଶ୍ୱର ଶାଖା, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ସଚେତନତା କାର୍ଯ୍ୟକ୍ରମ (Community Engagement & Awareness Programme) ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଭାତ ପଦଯାତ୍ରୀଙ୍କ ପାଇଁ ଅୟୋଜନ କରାଯାଇଥିଲା। ୧୫୦ରୁ ଅଧିକ ବିଭିନ୍ନ ବୟସର ଲୋକେ ଆମର ମନୋବିଜ୍ଞାନୀଙ୍କ ସହିତ ଆଲୋଚନା କରି ଡିମେନ୍ସିଆ ସମ୍ପର୍କିତ ବିଭିନ୍ନ ପ୍ରାସଙ୍ଗିକ ତଥ୍ୟ ଜାଣିଥିଲେ। ଉପସ୍ଥିତ ଅନେକ ପଦଯାତ୍ରୀ କିପରି ଡିମେନ୍ସିଆକୁ ପ୍ରତିରୋଧ କରିବାଯାଇପାରେ ସେଥିରେ ଆଗ୍ରହ ଦେଖାଇଥିଲେ। ପଦଯାତ୍ରୀମାନେ ମେମୋରି ଗେମ୍ସ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂଏଥିରେ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।
ସେଠାରେ ଉପସ୍ଥିତ ଡ଼ା. ନିଧି ଗର୍ଗ (କଳିଙ୍ଗ ହସ୍ପିଟାଲ୍), ମନୋବିଜ୍ଞାନୀ ମନିଷା ମିଶ୍ର ଏବଂ ସେସେଲ୍ସା ସେନ୍ ପଦଯାତ୍ରୀଙ୍କୁ ଡିମେନ୍ସିଆ ଓ ଆଲ୍ଜାଇମର୍ସର ଭିତରେ ତଫାତ, ପ୍ରତିରୋଧ ପଦ୍ଧତି, ଏବଂ ସୁସ୍ଥ ମଗଜ ସେବା ବିଷୟରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ।ସିଲଭର ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସର ଟ୍ରଷ୍ଟି ଲୁସି ପଟ୍ଟନାୟକ ଓ ବନୀତା ମହାପାତ୍ର, ଯିଏକି ଡିମେନ୍ସିଆ କେୟାରରେ ପ୍ରଶିକ୍ଷିତ, ସାଧାରଣଙ୍କୁ ଡିମେନ୍ସିଆ ସେବାର ଚ୍ୟାଲେଞ୍ଜ୍ ଓ ସମସ୍ୟାଗୁଡିକ ବିଷୟରେ ଜାଣାଇଥିଲେ। ମନୁଷ୍ୟ ଦେହରେ ମଗଜ (Brain) ସବୁଠାରୁ ଅବହେଳିତ ଅଙ୍ଗ କାରଣ ଏହାକୁ ଦେଖାଯାଏ ନାହିଁ ଏବଂ ଏହାର କ୍ଷତିରେ ପୀଡ଼ା ହୁଏ ନାହିଁ ବୋଲି ପ୍ରଭାବୀ ଢ଼ଙ୍ଗରେ ଅବଗତ କରାଇଥିଲେ।
ସଂସ୍ଥା ତରଫରୁ ଏପରି ଆଉ ଏକ କାର୍ଯ୍ୟକ୍ରମ ସେପ୍ଟେମ୍ୱର ୧୯ ତାରିଖରେ ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ରେ ବରିଷ୍ଠ ନାଗରିକଙ୍କ ସଂଲଗ୍ନତା ପାଇଁ ଆୟୋଜନ ହୋଇଥିଲା। ସିଲଭର ଏଜ୍ ଫାଉଣ୍ଡେସନ୍ ର ବଶିଷ୍ଠ ସଦସ୍ୟମାନେ ନୃତ୍ୟ ଓ ସମୂହ ସଙ୍ଗୀତ ପରିବେଷଣ ମାଧ୍ୟମରେ ସକ୍ରିୟ ରହିବା ଡିମେନ୍ସିଆ ପ୍ରତିରୋଧର ପ୍ରମୁଖ ପନ୍ଥା ବୋଲି ସନ୍ଦେଶ ଦେଇଥିଲେ। ମଲ୍ରେ ବୃଦ୍ଧମାନେ ଫ୍ଲାଶ୍ ମବ୍ କରିଥିବାରୁ ଅନେକ ଦର୍ଶକ ଆକର୍ଷିତ ହୋଇ ସେଥିରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଡ଼ା.ସୋମା ମିଶ୍ର ଲୋକଙ୍କ ସହ କଥାହେବା ସହିତ ସଚେତନତା ପାଇଁ ଡିମେନ୍ସିଆ ଅନେକ ଦିଗ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମକୁ ସିଲଭର ଏଜ୍ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ ଦାସ ସମନ୍ୱୟ କରିଥିଲେ ଏବଂ ପ୍ରିଲୁଡ୍ ଇଭେଣ୍ଟସ୍ ଦ୍ୱାରା ପରିଚାଳନା କରାଯାଇଥିଲା।
ଭୁବନେଶ୍ୱରରେ ବିଶ୍ୱ ଆଲ୍ଜାଇମର୍ ମାସ ଓ ବିଶ୍ୱ ଆଲ୍ଜାଇମର୍ ଦିବସର କାର୍ଯ୍ୟକ୍ରମ ଗୁଡିକ CSM Technologies Ltd. ର CSR ପ୍ରକଳ୍ପ ଦ୍ୱାରା ସହାୟତାପ୍ରାପ୍ତ ହୋଇଥିଲା। CSM Technologies Ltd. ଯିଏକି ସରକାର ଓ ବିଭିନ୍ନ ଶିଳ୍ପକୁ ତଥ୍ୟପ୍ରଯୁକ୍ତି ସେବା ଏବଂ ରୂପାନ୍ତରକାରୀ ସମାଧାନ ଦେଇଥାଏ। କମ୍ପାନୀର ନିର୍ଦ୍ଦେଶିକା ଲଗ୍ନା ପାଣି କହିଥିଲେ ଯେ କମ୍ପାନୀର CSR ର ମୁଖ୍ୟ କେନ୍ଦ୍ରବିନ୍ଦୁ ସମାବେଶ ଓ ବଶିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନରେ ଧ୍ୟାନ ଦେବା, କାରଣ ଆୟୁବୃଦ୍ଧି ସହିତ ଏହାର ସମ୍ବେଦନଶୀଳତା ଓ ପ୍ରାସଂଗକିତତା ବଢ଼ିଚାଲିଛି।ସିଲଭର ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସ ୨୦୧୭ରୁ ଓଡିଶାରେ ବରିଷ୍ଠ ନାଗରିକମାନଙ୍କ ସଶକ୍ତିକରଣ ଓ ସୁସ୍ଥତା ପାଇଁ କାମ କରୁଥିବା ଏକମାତ୍ର ସମାଜିକ ସଂଗଠନ। ସଂସ୍ଥା ଏକ ସ୍ୱସ୍ଥ ବୟସ୍କତା କେନ୍ଦ୍ର (Healthy Aging Centre) ପରିଚାଳନା କରିଥାଏ, ଯେଉଁଠି ଯୋଗ, ନୃତ୍ୟ, ସଙ୍ଗୀତ, ଡିଜିଟାଲ୍ ଏବଂ ଟେକ୍ନୋଲୋଜି, ଆଇନ ସମ୍ପର୍କିତ କ୍ଲାସ୍ ହୋଇଥାଏ।
ଏହା ସହିତ ସଂସ୍ଥା ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ ଭାରତ (ARDSI) ର ଭୁବନେଶ୍ୱର ଶାଖା ମଧ୍ୟ ପରିଚାଳନା କରିଥାଏ।
ARDSI ୧୯୯୨ରୁ ଭାରତର ପ୍ରମୁଖ ଜାତୀୟ ସଂଗଠନ ଯାହା ଡିମେନ୍ସିଆ ଓ ଆଲ୍ଜାଇମର୍ସ ରୋଗୀ ସହ କାମ କରୁଛି। ଏହାର ଦେଶରେ ୨୦ଟି ଶାଖା ଅଛି।
ଡିମେନ୍ସିଆ ଓ ଆଲ୍ଜାଇମର୍ସ ସମାଜରେ ଏକ ପ୍ରମୁଖ କ୍ରମବର୍ଧିତ ସମସ୍ୟା ଏବଂ ସମାଜ ପାଇଁ ଅତ୍ୟନ୍ତ କଳଙ୍କିତ ଅଧ୍ୟାୟ।
କ୍ଷୁଦ୍ର ପରିବାର (Nuclear Family) ଓ ଆୟୁବୃଦ୍ଧି ସହିତ, ଅନୁମାନିତ ୧ କୋଟିରୁ ଅଧିକ ୬୦+ ବୟସ୍କ ଏହାର ପ୍ରଭାବରେ ଅଛନ୍ତି।
ଭୁବନେଶ୍ୱର ଓ ଓଡିଶାରେ ଏହର ସେବା ସୁବିଧା ପୂର୍ଣ୍ଣ ଅବ୍ୟବସ୍ଥାପିକ ଏବଂ ସଚେତନତା ବି ଅତ୍ୟନ୍ତ ନ୍ୟୁନ।
ଏହି ରୋଗର କୌଣସି ଚିକିତ୍ସା ଜ୍ଞାତସାରରେ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ।
ରାଜ୍ୟ
ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଏଆରଡିଏସଆଇ, ଭୁବନେଶ୍ୱର ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
- Hits: 45