ହେଡଲାଇନସ୍:

ମାର୍ଶାଘାଇ ତହସିଲ ଛକରେ ସଡ଼କ ଦୁର୍ଘଟଣା,ଜଣେ ଯୁବକଙ୍କ ମୃତ୍ୟୁ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ -ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ତହସିଲ ଛକରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଜଣେ ଯୁବକଙ୍କ ଜୀବନାନ୍ତ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, OD 29 B 3858 ନମ୍ବରର ଏକ ମଟରସାଇକେଲ ସ୍ଥାନୀୟ ଟ୍ରାକ୍ଟର ପଛରେ ଧକ୍କା ଦେଇଥିଲା । ଗୁରୁତର ଆହତ ଅବସ୍ଥାରେ ମଟର ସାଇକେଲ ଚାଳକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳେ ପଥମଧ୍ୟରେ ମୃତ୍ୟୁ ଘଟିଥିଲା ।ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ପରେ ସମ୍ବନ୍ଧିତ ଟ୍ରାକ୍ଟରଟି ସ୍ଥଳରୁ ଫେରାର ହୋଇଯାଇଥିବା କଥା ଆସିଛି । ସୂଚନା ପାଇବା ସହିତ ମାର୍ଶାଘାଇ ପୋଲିସ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ଏହି ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟଣା ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଲୋକେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ପ୍ରଶାସନଙ୍କୁ ଦାବି କରୁଛନ୍ତି ।

0
0
0
s2sdefault