କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ- ୨୧.୦୯.୨୦୨୫,ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍ଟେମ୍ୱରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ "ସେବା ପକ୍ଷ" ପାଳନ ଅବସରରେ କେନ୍ଦ୍ରାପଡ଼ା ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି | ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଜିଲ୍ଲାପାଳ ରଘୁରାମ ଆର ଆୟର ପତାକ ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ | ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ବିଭିନ୍ନ କ୍ରୀଡା ସଂଘର କ୍ରୀଡ଼ାବିତ, ସ୍ବେଛାସେବୀ ସମେତ ପାଖାପାଖି 4 ଶହ ଜଣ ମାରାଥନରେ ସାମିଲ ହୋଇଥିଲେ | ମାରାଥନଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି-ପୁରୁଣାବସଷ୍ଟାଣ୍ଡ -କେନ୍ଦ୍ରାପଡ଼ା ହାଇସ୍କୁଲ -କାଳୀମନ୍ଦିର ଛକ -ଗରାପୁର ଗାନ୍ଧିଛକ ରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା |
ରାଜ୍ୟ
"ସେବା ପକ୍ଷ "ପାଳନ ଅବସରରେ ସଚେତନତା ମାରାଥନ୍ ଅନୁଷ୍ଠିତ ।
- Hits: 7