ହେଡଲାଇନସ୍:

ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ "କାଶତଣ୍ଡୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ। ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ "କାଶତଣ୍ଡୀ"।
ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। "କାଶତଣ୍ଡୀ"ର ସମ୍ଭାର ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି। ମାଁ ଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡୀ। ଲୋକଙ୍କୁ ସଙ୍କେତ ଦେଉଛି ପାର୍ବଣ ଋତୁର।
ଲୋକେ ଏବେ ବିଭିନ୍ନ ପୂଜା ବହୁ ଆଡମ୍ବର ସହ ପାଳନ କରୁଥିବା ବେଳେ ଧରା ପୃଷ୍ଠରେ ମାଁ ଜଗତଜନନୀ ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଧଳା ରଙ୍ଗ ନେଇ ଭୂପୃଷ୍ଠରେ ସଜେଇ ହୋଇଛି "କାଶତଣ୍ଡୀ" ଫୁଲ। ପାର୍ବଣ ଋତୁର ଆରମ୍ଭରୁ ଗଜପତି ଜିଲ୍ଲା ବିଭିନ୍ନ ନଇପଠା , ଜଳାଶୟ , ସଡ଼କ ପଥ ପାର୍ଶ୍ଵରେ ଦେଖିବାକୁ ମିଳିଛି ଏହି ଫୁଲ ଗଛ।
ସୁଲୁସୁଲିୟା ପବନରେ ଧଳା "କାଶତଣ୍ଡୀ" ଫୁଲକୁ ଦେଖି ଲୋକଙ୍କ ମନ ଆନନ୍ଦିତ ହେବା ସହ ଧଳାରଙ୍ଗର ଚାଦର ନେଇ ଭୂପୃଷ୍ଠରେ ସଜେଇ ହୋଇଥିବା ଦୃଶ୍ୟକୁ ପ୍ରକୃତି ପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ଖେଳାଉ ଥିବା ବେଳେ କାଶତଣ୍ଡୀ ଫୁଲ ଦେଖିଲେ ଯୋଗୀ ହେଉ ବା ଭୋଗୀ କିମ୍ବା କବି ହେଉ ନିଜେ ନିଜର ତାଙ୍କର ସୁଜନଶୀଳତା ଛବି ଅଙ୍କନ କରନ୍ତି।
"କାଶତଣ୍ଡୀ" ଫୁଲର ବାସ୍ନା ନଥିବା ବେଳେ ଏହା ବ୍ୟବହାର ଉପଯୋଗୀ ହୋଇନଥାଏ କିନ୍ତୁ ରାସ୍ତାରେ ଯାତାୟାତ କରୁଥିବା ବାଟୋଇଙ୍କୁ ନିଜ ଆଡେ ଆକୃଷ୍ଟ କରି ବାଧ୍ୟ କରିଥାଏ ଫୋଟଟିଏ ନେବା ପାଇଁ। ପ୍ରକୃତି ଓ ପାର୍ବଣ ଋତୁ ସହ ତାଳ ଦେଇ "କାଶତଣ୍ଡୀ" ଖୋଲି ଦେଇଛି ସୋନ୍ଦର୍ଯ୍ୟର ପାସରା ବୋଲି ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କବି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା କହିଥିବା ବେଳେ କବିତାରେ ମାଧ୍ୟମରେ ମଧ୍ୟ ବର୍ଣ୍ଣନା କରିଛନ୍ତି :-

ଲୋ "କାଶତଣ୍ଡୀ" , ତୁ ମୋର ପ୍ରଥମ ପ୍ରେମିକା,
ତୋ ପ୍ରେମ ମୋ ପାଇଁ- ଅକ୍ଷୟ ଅଲିଭା ଭଣ୍ଡାର ,
ତୋ - ତନୁ ତୁଳା ଠାରୁ କୋମଳ , ତୋ-ମନ ଭୂଇଁ ଠାରୁ ସରଳ।
ତୋ ପ୍ରେମ ଗଙ୍ଗାଠାରୁ ପବିତ୍ର , ତୋ ହୃଦୟ ନଇଁଠୁ ଉଦାର।
ତୁ ମୋ ଜୀବନର ପ୍ରଥମ ଶାରଦୀୟ ସୁନେଲି କିରଣ , ନିଆରା ଅଲିଭା ଆକର୍ଷଣ।
ତୁ ମର୍ତ୍ତ୍ୟର ସ୍ୱର୍ଗୀୟ ଅନନ୍ୟା ଝରଣା।
ତୁ , କେଉଁ ଏକ ଅନିନ୍ଦ୍ୟ ସୁନ୍ଦରୀ କନିଆ।
ବରଷରେ ତିନି ମାସ ତୋ ପ୍ରେମେ ଉବୁଟୁବୁ ମୁଁ...
ଛୁଇଁ ଦେଲେ ଛୁ' ହୋଇଯିବୁ ପରା... ତେଣୁ ମୁଁ ତୋତେ
ପ୍ରାଣଠୁ ଭଲ ପାଇଲେ ସୁଦ୍ଧା , ଦୂରୁ ଦେଖି ଖୁସିରେ ଡରୁଛି ,
ତୋତେ ପାଉଛି ଭଲ , ଭଲ ପାଇ ବଞ୍ଚି ଯାଇଛି।
ପଥର ହୋଇ ଦେବୀ ସିନା ପୂଜା ପାଏ ପଥର ମନ୍ଦିରେ ,
ହେଲେ ମାଟିର ତନୁ ହୋଇ ତୁ ପୂଜା ପାଉଥା ପ୍ରତିଟି ହୃଦୟରେ..

0
0
0
s2sdefault